Uncategorizedସୃଜନ କବି : କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ମଲାଜହ୍ନ ବଗିଚାରେ by Sunil Chandra NayakAugust 25, 2022095 Share0 ମଲାଜହ୍ନ ବଗିଚାରେ ସୃଜନ କବି : କାଙ୍ଗାଳୀ ଚରଣ ସେଠୀ ଏ ଋତୁ ଝରା ବଉଳ ଏ ମାସ ମଧୁ ଓ ମାଧବ ଏ ମିଳନ ମିଶ୍ର ରାଗ ସର୍ଜନାର ପହିଲି କଦମ୍ବ । ଏ ଗୁଞ୍ଜନ ପ୍ରତିକ୍ଷିତ ପ୍ରଣୟର ପହିଲି ପରଶ ଏ ରଙ୍ଗର ରୁପାମ୍ବରା କାମନାର ରକ୍ତ୍ତାଭ ପଳାଶ । ଏ ଅନ୍ଧାର ଉଇଁ ଆସେ ଅରୁନ୍ଧତୀ ତାରା ଅଙ୍ଗନରୁ ଏ କାନ୍ଦଣା କପୋତୀର ଲହରାଏ ମଧୁ ଲଗନରୁ । ଏ ମୋର ଅଧୁରା ସ୍ଵପ୍ନ କୁଆଁରୀର କବରୀ ଆଉଁସେ ଏ ଜହ୍ନରେ ଜହ୍ନିଫୁଲ ଯଉବନ ଜ୍ୟାମିତିକୁ କଷେ । ଏ ପଣତେ ପୀତମ୍ବରୀ ପୋଛିଦିଅ ମୋ ମୁହଁ ଟିକିଏ ରାଗିଣୀରେ ରଙ୍ଗାଇବା ରାଗର ଏ ମଧୁରାତ୍ରୀ ଟିଏ | ଯାଜପୁର