Uncategorizedଅଚ୍ୟୁତାନନ୍ଦ ଧଳ ଙ୍କ କବିତା ବିଘ୍ନନାଶନ ହେ ଗଣପତି by Sunil Chandra NayakAugust 31, 2022069 Share0 ବିଘ୍ନନାଶନ ହେ ଗଣପତି ଅଗ୍ରପୂଜ୍ୟ ଭାବେ ହେ ବିଘ୍ନ ନାଶନ ପୁଜାପାଅ ଜଗତରେ, ଦେବଗଣ ଯାର ସ୍ତୁତି କରିଥାନ୍ତି ଜନ୍ମ ମାତା ମଳୁଖରେ। ଭାଦ୍ରବ ମାସରେ ଶୁକ୍ଲ ପକ୍ଷରେ ଚତୁର୍ଥୀ ତିଥିରେ ଜନ୍ମ, ଗୌରୀ ନନ୍ଦନ ଶିବ ପ୍ରାଣଧନ ଆହେ ପ୍ରଭୁ ଗଜାନନ । ଆହେ ଅଗ୍ର ପୂଜ୍ୟ ପ୍ରଭୁ ବିଘ୍ନରାଜ ବିଦ୍ୟା ଦାତା ଭଗବାନ, ତୁମେ ସର୍ଵଂ ସ୍ୱାହା ତୁମେ ସିଦ୍ଧିଦାତା ପ୍ରଣିପାତ ମୋର ଘେନ। ଜଗିଥିଲ ତୁମେ ମାତା ଆଦେଶରେ ମାତାଙ୍କ ଗୁମ୍ଫାର ଦ୍ଵାର , ଶିବଙ୍କ ଆଦେଶ ଅମାନ୍ୟ ଫଳରେ ଛେଦନ ହୋଇଲା ଶିର। ମାଆ ମାଆ ଡାକ ଶୁଣନ୍ତେ ପାର୍ବତୀ ଆସିଲେ ତଳକୁ ଧାଇଁ, କି କଲ କି କଲ ଆହେ ପ୍ରାଣନାଥ ପୁତ୍ର ବଧିଲ କିପାଇଁ। ଧର୍ଯ୍ୟଧର ପ୍ରିୟେ ଭୁଲ୍ ହୋଇଗଲା ଜାଣିନି ଆମର ପୁତ୍ର, କରିବି ଜୀବିତ ବେଗେ କାଟି ଆଣ ପଶ୍ଚିମ କୁ ଯା’ର ଶୀର୍ଷ। ଚାରିଦିଗେ ଗଲେ ଯେତେ ଭୂତ୍ୟଗଣ ନ ପାଇ ମାନବ ବର, ଗଜ ଶୋଇଥିଲା ପଶ୍ଚିମ ଦିଗକୁ ଛେଦନ କଲେ ତା’ ଶିର। ପ୍ରଭୁ ଗଜାନନ ଉଠିଲେ ତକ୍ଷଣ ନୂତନ ଜୀବନ ପାଇ, ଶିବ ପାର୍ବତୀ ଯେ କୋଳାଗ୍ରତ କଲେ ଆନନ୍ଦେ ବିଭୋର ହୋଇ। ଅଗ୍ରପୂଜ୍ୟ ହେବ ବିଘ୍ନେଶ ତୁମର ସବୁ ପୂଜା କ୍ଷେତ୍ରେ ଜାଣ, ମଙ୍ଗଳ ଦାୟକ ବିପଦ ଭଞ୍ଜନ ହେବେ ଗିରିଜା ନନ୍ଦନ। ମୂଷିକ ବାହନ ହେ ଗୌରୀ ନନ୍ଦନ ପ୍ରଣାମ ଆମର ଘେନ। ତୁମରି ଆଶିଷେ ହସୁ ଏ ଜଗତ ଶୁଦ୍ଧ ହେଉ ତନୁ ମନ। ଅଚ୍ୟୁତାନନ୍ଦ ଧଳ ଶାସନ ଖାସ୍ , ତିହିଡି , ଭଦ୍ରକ