ରାଇଘର -: ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଂଚାୟତ ଭାରସୁଣ୍ଡି ନିକଟବର୍ତୀ ରାଉତପାରା ଗ୍ରାମରେ ସ୍ବାମୀ ର ମାଡ଼ରେ ସ୍ତ୍ରୀ ମୃତ ହୋଇଥିବା ଜଣାପଡିଛି l ଶୁକ୍ରବାର ସ୍ବାମୀ ଉଦୟ ସିଂ ଗଣ୍ଡ ଓ ସ୍ତ୍ରୀ ସିଓନ୍ତି ଗଣ୍ଡ (୨୯) ମଧ୍ଯରେ ମଦ ପି ମାତାଲ ଅବସ୍ତା ରେ ବଚସା ହୋଇଥିଲା l ଦିନସାରା ଦୁଇ ଜଣ ମଦ ପି ପାଟି ତୁଣ୍ଡ ହେବା ସମୟରେ ସିଓନ୍ତି ନିଜ ପିନ୍ଧି ଥିବା ଲୁଗା ପଟା କଢା କଡ଼ି କରୁଥିବା ବେଳେ ସ୍ବାମୀ ଉଦୟ ବାରଣ କରି ପାଟି ତୁଣ୍ଡ କରିବାରୁ ଦୁଇ ଜଣ ଙ୍କ ମଧ୍ଯରେ ଟଣା ଟାଣି ହେବା ସହ ପିଟାପିଟି ହୋଇଥିଲେ ସେହି ସମୟରେ ଉଦୟ ଘରେ ଥିବା ଟାଙ୍ଗିଆ ବେଣ୍ଟ ଧରି ସିଓନ୍ତି କୁ ମୁଣ୍ଡରେ ମାରିବାରୁ ଘଟଣାସ୍ଥଳରେ ସିଓନ୍ତି ଙ୍କ ମୃତ୍ୟୁ ଘଟିଥିଲା l ଶୁକ୍ରବାର ମୃତ ହେବା ପରେ ମଧ୍ୟ ଏହି ଘଟଣା କୁ କାହାକୁ କହି ନୋ ଥିଲେ l ଗ୍ରାମ ବାସୀ ଦୁଇ ଜଣ ଙ୍କ ପାଟି ତୁଣ୍ଡ ହେବା ଜାଣି ସିଓନ୍ତି ର ମା ଘରକୁ ଜଣାଇଥିବା ସହ ଶନିବାର ରାଇଘର ଥାନା ରେ ମଧ୍ୟ ଜଣାଇଲେ ଓ ସିଓନ୍ତି ର ମା ଘର ଲୋକ ଆସିଲେ ମୋରା ମରି ହୋଇଯିବେ କହି ଗ୍ରାମକୁ ଆସିବାକୁ କହିଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳକୁ ସିଓନ୍ତି ର ମୃତ ହୋଇଥିବା ଜାଣିପାରିଲେ l ରାଇଘର ପୋଲିସ ଘଟଣା ସ୍ଥଳ ରୁ ଉଦୟ ସିଂ କୁ ଥାନକୁ ଆଣିଥିଲେ l ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି କେସ ନୋ ୧୬୫/୨୨ ରୁଜୁ କରି ଦଫା ୩୦୨ ଲଗାଇ ଶବ ବେବଛେଦ ପରେ ପରିବାର କୁ ହସ୍ତାନ୍ତର କରି ଉଦୟ ସିଂ କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ