ବିଘ୍ନ ରାଜ ଶ୍ରୀ ଗଣେଶ
ସୁରେଶ ଚନ୍ଦ୍ର ପାଢୀ
ତୁମେ ଅଗ୍ର ପୂଜ୍ୟ ହେ ଗଣ ନାଥ
ଦୟା କର ମୁଁ ଏକ ଅନାଥ
ଆହେ ବିଘ୍ନ ରାଜ ଆହେ ଲମ୍ବୋଦର
ତୁମ ନାମ ନେଲେ ଦୁଃଖ ହୁଏ ଦୂର
ସିନ୍ଦୁରାସୁର କୁ ତୁମେ ମାରିଲ
ତୁମ ବଦନରେ ସିନ୍ଦୁର ନାଇଲ
ତୁମ ନାମ ନେଲେ ବିଘ୍ନ ହୁଏ ଦୂର
ଜୟ ଅଗ୍ର ପୂଜ୍ୟ ଜୟ ଗଣେଶ୍ୱର
ପାର୍ବତୀ ଙ୍କ ପ୍ରିୟ ପୁତ୍ର ହୋଇଲ
ଅଗ୍ର ପୂଜ୍ୟ ହୋଇ ପୂଜା ପାଇଲ
ଭାଦ୍ରବ ମାସ ଚତୁର୍ଥୀ ତିଥିରେ
ତୁମ ପୂଜା ହୁଏ ସର୍ବ ଘରେ ଘରେ
ମୂଷିକ ବାହନରେ ତୁମେ ବସିଅଛ
ବିଦ୍ୟା ବୁଦ୍ଧି କୁ ତୁମେ ଦେଉଅଛ
କୋଟି ସୂର୍ଯ୍ୟ ତେଜ ତୁମ ମୁଖେ ଥାଏ
ପାଶ ଅଙ୍କୁଶ ତୁମ ହସ୍ତେ ଶୋଭା ପାଏ
ସକଳ କଷ୍ଟ ରୁ କରିବ ହେ ଦୂର
ବିନାୟକ ଘେନ ଗୁହାରି ମୋର
ତୁମରି ପାଦ ପଦ୍ମେ କରୁଛି ଅର୍ଚ୍ଚନା
ଶ୍ରୀ ଗଣେଶ ନାମକୁ କରୁଛି ପ୍ରାଥନା
ବୁଗୁଡ଼ା,ଗଞ୍ଜାମ