ଫୁଲବାଣୀ -: ଗୋଛାପଡା ଥାନା ପୋଲିସ ୧ କୁଇଣ୍ଟାଲ ୨୦ କେ.ଜି ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ ଗୋଛାପଡା ଥାନା ପୋଲିସ ଗତକାଲି ତା ୧/୯/୨୦୨୨ ରିଖ ରାତ୍ର ୯.୩୦ ମିନିଟ ସମୟରେ ଏକ କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କଟ୍ରିଙ୍ଗିଆ ମେଡ଼ିକାଲ ନିକଟରେ ଏକ ଇକୋ ସ୍ପୋର୍ଟ କାର ନଂ ଓଡ଼ି ୩୩ଏବି ୯୬୮୪ ଗାଡି ଉପରେ ଚଢ଼ାଉ କରିଥିଲା। ପୋଲିସ ସେହି ଗାଡି ରେ ବାହାର ଜିଲ୍ଲା କୁ ଚାଲାଣ ହେଉଥିବା ୧ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରିବା ସହିତ ଜଣେ ବ୍ୟକ୍ତି କୁ ଗିରଫ କରି କେସ ନଂ ୧୦୯/୨୨ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜଣକୁ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଛି। ଗଞ୍ଜେଇ ଚାଲାଣ କାରି ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳ ର ମୃତ ଚିତ୍ତରଞ୍ଜନ ସୁବୁଦ୍ଧି ଙ୍କର ପୁଅ ଅମରେଶ ସୁବୁଦ୍ଧି ୪୩ ବୋଲି ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।
ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ