ମୋହନଗିରୀ: ମସୀହା :- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ମୋହନଗିରୀ ଅଞ୍ଚଳର ସରବେଡା ଗ୍ରାମରେ ବର୍ଷା ଲୋକେ ବର୍ଷା ଆଗତରେ ଭୟଭୀତ ଓ ଆଶଙ୍କା ଗଣୁଛନ୍ତି,ବର୍ଷା ହେବାଫଳରେ ସେ ଅଞ୍ଚଳର ଅନେକ ଗ୍ରାମ ଜଳମଗ୍ନ ହୋଇପଡେ। ଗ୍ରାମ ନିକଟରେ କାଲିଗଙ୍ଗା ନଦୀ ପ୍ରଭାହିତ ହେଉଅଛି। ଉକ୍ତ ନଦୀ ବର୍ଷା ଦିନ ହେଲେ ଭୟଙ୍କର ବନ୍ଯା ପରିସ୍ଥିତି ଉପୁଜିଥିବା ଯୋଗୁଁ ଗ୍ରାମର ମୂଖିଆ ଲୋକେ ଜଗୁଆଳି ସଦୃଶ୍ୟ ରାତିତମାମ୍ ଜଗୁଆଳି ଭଳି ଜଗିରହୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ବନ୍ଯା ପରିସ୍ଥିତି ହୋଇଗଲେ ଏମାନେ ନିକଟରେ ଥିବା ପଣ୍ତାପଦର ଓ ତେଜି ପଡା ବିଦ୍ୟାଳୟରେ ଛୁଆପିଲାଙ୍କୁ ନେଇ ଆଶ୍ରୟ ନେବାକୁ ପଡିଥାଏ। ବର୍ଷା ଥମିଗଲେ ପୁଣି ନିଜ ନିଜ ଘରକୁ ଫେରିବାକୁ ପଡିଥାଏ। କାଲିଗଙ୍ଗା ନଦୀ ଏହି ଅଞ୍ଚଳର ଦୁଃଖ ସାଜିଛି। କାଲିଗଙ୍ଗା ନଦୀ ଆର ପଟେ ବଲାଙ୍ଗୀର ଜିଲ୍ଲା ରାସ୍କିଭଟି ଗ୍ରାମ ରହିଅଛି। କାଲିଗଙ୍ଗା ନଦୀରେ ୧୯୭୭ ମସିହାରେ ଯେଉଁ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଥିଲା ସେତେବେଳେ ରାସ୍କିଭଟା ସଂପୁର୍ଣ୍ଣ ଭାବରେ ଚାଲିଯାଇଛି। ସେହି ଦିନ ଠାରୁ ରାସ୍କାଭଟା ଗ୍ରାମର ବାସିନ୍ଦା ଏକ ପାହାଡ ଉପରେ ବସବାସ କରି ରହିଛନ୍ତି। ବଲାଙ୍ଗୀର ଜିଲ୍ଲାପାଳ ରାସ୍କାଭଟା ଗ୍ରାମର ଜନସାଧାରଣ ଙ୍କୁ ରିଲିଫ ସହାୟତା ଯୋଗାଇ ଦେଇ ଥିବା ବିଷୟ ପ୍ରକାଶ କରନ୍ତି। ବାରମ୍ବାର ବନ୍ଯା ପରିସ୍ଥିତି ଉପୁଜୁଥିବା ବେଳେ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ଗତ ୧୧/୮/୧୯ ଠାରୁ ୧୫/୮ ଲଗାଣ ବର୍ଷା ହେବା ଫଳରେ ୪ ଦିନ ବ୍ଯାପି ତେଜିପଡା ଓ ପଣ୍ତାପଦର ପ୍ରାଥମିକ ବିଦ୍ଯାଳୟରେ ଆଶ୍ରୟ ନେଇଥିଲେ। ବାରମ୍ବାର ବନ୍ଯା ପରିସ୍ଥିତି ରେ ଲୋକେ ବିଭିନ୍ନ ସମସ୍ୟା ଦେଇଗତି କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରେ ଏହା ସୁବ୍ଯବସ୍ଥା କରୁନଥିବା ନେଇ ଉକ୍ତ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ଉପରେ ଗ୍ରାମବାସୀ ଜରୁରୀକାଳୀନ ଭାବରେ ନଦୀରେ ଆଡିବନ୍ଧ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି, ଉକ୍ତ ଗ୍ରାମର ଜନସାଧାରଣ ଗରିବ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍କା ଘର ପାଇଛନ୍ତି, ଗାଁ ଭିଟାମାଟି ଛାଡିବା ପାଇଁ ମନା କରୁଛନ୍ତି,ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଦୀ ବନ୍ଧୁ ନିର୍ମାଣ କରି ଗ୍ରାମବାସୀ ଙ୍କ ସୁରକ୍ଷା ପ୍ରଦାନ କରାଯାଉ ବୋଲି ବିଭିନ୍ନ ମହଲରୁ ପ୍ରକାଶ କରିଥିବା ବେଳେ ଏକ ବୈଠକ ମଧ୍ୟ କରିଛନ୍ତି।
ମୋହନଗିରୀ ରୁ ସୁବାଷ ଚନ୍ଦ୍ର ମନହିରା ଙ୍କ ରିପୋର୍ଟ – ମସୀହା