ନୂଆପଡା ଜିଲ୍ଲା କୋମନା ଥାନା ପରିସରରେ ଆମ ପୋଲିସ ସମିତି ତରଫରୁ ଗତ ଦୁଇଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଖଡିଆଳର ଅନୁଭବ ଓ ଅଙ୍କିତ ଯୋଡ଼ି ୨-୧ ସେଟରେ ଉଦ୍ୟାନବନ୍ଧର ପିଙ୍କୁ ଏଣ୍ଡ ପାର୍ଟନର ଦଳକୁ ହରାଇ ଚମ୍ପିୟାନ ହୋଇଥିଲେ । ଉଦଯାପନୀ ଦିବସର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋମନା ଥାନା ଆଇଆଇସି ଜ୍ୟୋତିରଞନ ଗୌଡ, କୋମନା ବନ ବିଭାଗ ରେଞ୍ଜର ଦେବଦତ୍ତ ସୁତାର ଓ ସମାଜସେବୀ ବୁଲୁ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଅତିଥିମାନେ ବିଜୟୀ ଦଳକୁ ନଗଦ ୯୦୦୧ ଟଙ୍କା ସହ ଚମ୍ପିୟାନ ଟ୍ରଫି ଓ ଉପବିଜେତା ଦଳକୁ ନଗଦ ୬୦୦୧ ଟଙ୍କା ସହ ରନର୍ସ ଅଫ୍ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ଖେଳ ପରିଚାଳନା କରିଥିଲେ ଗିରେଶ କୁମାର ପାଣିଗ୍ରାହୀ ଓ ପରେଶ ଚନ୍ଦ୍ର ପାଣିଗ୍ରାହୀ । ସେହିଭଳି ମୢତ୍ୟୁଞୟ ପାଣିଗ୍ରାହୀ, ଦିନେଶ ନାଏକ, ଗୌରାଙ୍ଗ ମଲ୍ଲିକ, ସାଗର ଠେଲା , ପର୍ଜୀତ କରୁଆଁ ପ୍ରମୁଖ ସହଯୋଗ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post