ବାଲେଶ୍ଵର,୧୯/୯/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ମାଖନପୁର ପଞ୍ଚାୟତ ଭାଟପଡା ଗ୍ରାମରେ ଥିବା ଅଙ୍ଗନୱାଡି କର୍ମୀ ସୁକାନ୍ତି ଦାସଙ୍କ ଦ୍ବାରା ପୋଷଣ ମାସ ପାଳନ କରାଯାଇଛି । ଉକ୍ତ ଅଙ୍ଗନୱାଡି କେନ୍ଦ୍ରରେ ଥିବା ଗର୍ଭବତୀ ଓ ପ୍ରସୂତୀ ମହିଳା, କିଶୋରୀ ବାଳିକା, ଏସ୍ଏଚ୍ଜି ମହିଳାମାନଙ୍କୁ ନେଇ ସକାଳେ ପୋଷଣ ଅଭିଯାନ ରାଲି ଗାଁ ପରିଭ୍ରମଣ କରିଥିଲା ଓ ୧୦୦୦ ଦିନର ଗୁରୁତ୍ଵ ବିଷୟରେ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ନାରଙ୍ଗୀ , ଧଳା ଓ ସବୁଜ ରଙ୍ଗର ଖାଦ୍ୟ ଆମ ଶରୀର ପାଇଁ କେତେ ଉପକାରୀ ବୁଝାଇଥିଲେ । ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ନିହାତି ଆବଶ୍ୟକ ଖାଦ୍ୟରୁ ମିଳୁଥିବା ଉପାଦାନ ଗୁଡିକୁ ଆମେ କହିଥାଉ ପୃଷ୍ଟି ବା ପୋଷଣ । ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବରେ ପାଳନ କରାଯାଏ । ଭାଟପଡା ଅଙ୍ଗନୱାଡି କର୍ମୀ ସୁକାନ୍ତି ଦାସଙ୍କ ଦ୍ଵାରା ଟିକି ମାଉସୀ କହେ ପୋଷଣ ଅଭିଯାନ ସମ୍ପକରେ ଜନସାଧାରଣଙ୍କୁ ବୁଝାଇଥିଲେ । ପୋଷଣ ମାସରେ ସମସ୍ତ ପ୍ରକାରର ଖାଦ୍ୟ ଖାଇ ରୋଗ ମୁକ୍ତ ହୋଇ ନିଜେ ସୁସ୍ଥ ରହିବା ସହିତ ସୁସ୍ଥ ସମାଜ ଗଢିବାରେ ସହାୟ ହୁଅନ୍ତୁ । ଏହି ଅବସରରେ ୱାଡମେମ୍ବର ରଙ୍ଗଲତା ଶିଅଳ, ଆଶା ବବିତାରାଣୀ ଶିଅଳ, ଝାନି ମାରାଣ୍ଡି, ମିନତୀ ଗାହାଣ, ପୂଜାରାଣୀ ବେହେରା, ସହାୟିକା ବାସନ୍ତି ଶିଅଳ, ଜୟନ୍ତୀ ସାହୁ, ପାର୍ବତୀ ଶିଅଳ,ମହିଳା ଗୋଷ୍ଠୀ ଓ କିଶୋରୀ ବାଳିକା ପ୍ରମୁଖ ଉପସ୍ଥିତ ଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ