ଲାଞ୍ଜିଗଡ଼,୨୦/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ଗ୍ରାମପଂଚାୟତ ଯୋଡ଼ାବନ୍ଧ ଶ୍ରୀ ଜଗନ୍ନାଥ ହାଇସ୍କୁଲ ଓ ଗୋବର୍ଦ୍ଧନପୁର ଗ୍ରାମପଂଚାୟତ ପାଣିମୁଣ୍ଡା ହାଇସ୍କୁଲଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୋଡ଼ାବନ୍ଧ ହାଇସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ତଥା ଯୁବନେତା ସଞ୍ଜୀବ କୁମାର ନାୟକ, ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ସମ୍ମାନିତ ଅତିଥି ଭାବେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ଯୋଗ ଦେଇଥିଲେ । ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବହୁ ସଂଖ୍ୟାରେ ସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସେହିପରି ପାଣିମୁଣ୍ଡା ହାଇସ୍କୁଲରେ ଅନୁଷ୍ଠିତ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ମୁଖ୍ୟବକ୍ତା ଭାବେ ଗୋବର୍ଦ୍ଧନପୁର ସିଆର୍ସିସି ତପନ କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ୱାର୍ଡସଭ୍ୟ ଭୂବନେଶ୍ୱର ଭୋଇ, ସ୍କୁଲ ପରିଚାଳନା କମିଟି ସଭ୍ୟ ଦିଲିପ ଭୋଇ, ପ୍ରମୁଖ ଯୋଗ ଦେଇଥିଲେ । ହାଇସ୍କୁଲର ପ୍ରଧାନଶିକ୍ଷକ ବିଶିକେଶନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା ଉତ୍ସବକୁ ପରିଚାଳନା କରିଥିଲେ କ୍ରୀଡାଶିକ୍ଷକ ସୁଶାନ୍ତ କୁମାର ଜାନୀ । ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ନିଜର କ୍ରୀଡା ପ୍ରତିଭାର ବିକାଶ ପାଇଁ ସାମିଲ ହୋଇଥିବାବେଳେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।