ନୂଆପଡା ,ଖଡ଼ିଆଳ ସହର ଆମ୍ବେଦକର ଛକ ନିକଟରେ ଥିବା ବିଶ୍ଵ କର୍ମା ମନ୍ଦିର କୁ ଜେସିବି ଲଗାଇ ଭାଙ୍ଗି ଦେଇଛି ପ୍ରଶାସନ । ସରକାରୀ ଜମି କୁ ଜବରଦଖଲ କରି ମନ୍ଦିର ତିଆରି କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ମାଜିଷ୍ଟ୍ରେଟ ଦାୟିତ୍ବ ରେ ଥିବା ଖଡ଼ିଆଳ ତହସିଲଦାର ସିନ୍ଧୁସୁତା ପାତ୍ର ଙ୍କ ଉପସ୍ଥିତ ରେ ମନ୍ଦିର କୁ ଭଙ୍ଗା ଯାଇଥିଲା । ଏହି ସମୟରେ ମନ୍ଦିର ଟ୍ରଷ୍ଟ ର କର୍ମକର୍ତ୍ତା ପ୍ରବଳ ବିରୋଧ କରି ପ୍ରଶାସନ ପାତର ଅନ୍ତର ନୀତି ଅବଲମ୍ବନ କରି ମନ୍ଦିର କୁ ଭାଙ୍ଗୁଥିବା ଅଭିଯୋଗ କରିଥିଲେ । ନୂଆପଡା ଜିଲ୍ଲାର ଏକମାତ୍ର ବିଶ୍ୱ କର୍ମା ଟ୍ରଷ୍ଟ କୁ ସରକାରୀ ଜମି ରେ ତିଆରି କରା ଯାଇଛି ବୋଲି ଭାଙ୍ଗି ଦିଆଯାଇଛି । ହେଲେ ଖଡ଼ିଆଳ ସହରରେ ଅନେକ ବ୍ୟକ୍ତି ବିଶେଷ ସରକାରୀ ଜମି ଅକ୍ତିଆର କରିଛନ୍ତି । ଅନେକ ସଂଗଠନ ସରକାରୀ ଜମି ରେ ଅନୁଷ୍ଠାନ ମାନ ନିର୍ମାଣ କରି ଗୃହ ନିର୍ମାଣ କରିଛନ୍ତି । ସେହି ଅନଧିକୃତ ସଂଗଠନ ମାନଙ୍କୁ ପ୍ରଶାସନ କେବେ ଭାଙ୍ଗିବ ବୋଲି ବିଶ୍ୱ କର୍ମା ଟ୍ରଷ୍ଟ ର ସମ୍ପାଦକ ଶ୍ରୀବସ୍ଟ ବାରିକ ପ୍ରଶ୍ନ କରିଛନ୍ତି । ମନ୍ଦିର ଭଙ୍ଗାଯିବା ସମୟରେ ଖଡ଼ିଆଳ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, ଏନଏସି କର୍ମଚାରୀ, ବ୍ୟାପକ ପୋଲିସ ମୁତୟନ ଥିଲେ । ଏ ବିଷୟରେ ଦାୟିତ୍ୱ ରେ ଥିବା ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରାଯାଇଥିଲା । ରାଜା ଏଟି ସ୍କୁଲ ପାଖରେ ୧୨ ଡିସମିଲ ଜାଗାକୁ ଭଙ୍ଗା ଯାଇଛି ବୋଲି ଏନେସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚର୍ଯ୍ୟ କହିଛନ୍ତି ।
ନୂଆପଡ଼ ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ