ରାଇରଙ୍ଗପୁର ଆଦର୍ଶ ଟାଉନଥାନା ପରିସରରେ ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ
ଥାନାରେ ହରିରାମ ସଂକୀର୍ତ୍ତନ ଦିର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ପୋଲିସ ଓ ଜନତା ମଧ୍ୟରେ ସୁସଂପର୍କର ସେତୁ ସାଜିଛି
ଆସ୍ଥା ଓ ବିଶ୍ବାସ ଥାନାରେ ହରିନାମ ହେଲେ ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ଆକାଶରେ କଳା ବାଦଲ ଛାୟୀ ହୋଇଯିବା ସହ ଦୁଇଟୋପା ବର୍ଷା ଢାଳିଦିଅନ୍ତି
ମୟୂରଭଞ୍ଜ – – ୦୨/୦୫ ( ମସିହା) ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଆଦର୍ଶ ଟାଉନଥାନା ପରିସରରେ ଥିବା ତ୍ରୀନାଥ ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଦିର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ସଂକୀର୍ତ୍ତନ ରାଇରଙ୍ଗପୁର ପୋଲିସ ଏବଂ ଅଂଚଳ ବାସୀଙ୍କ ସହଯୋଗରେ ଆନୁଷ୍ଠାନିକ ଭାବେ ସଂକୀର୍ତ୍ତନ ହୋଇଆସୁଅଛି |ପ୍ରତିବର୍ଷ ଭଳି ଏପ୍ରିଲ ୨୮ ରାତି ୮ ଟା ପରେ ନିକଟସ୍ଥ ବଡବନ୍ଧ ତୋଠାରେ ପୂଜାର୍ଚ୍ଚନା କରାଯାଇ ଘଟ ଉତ୍ତୋଳନ କରାଯାଇ ଥାନାର ରାଧାକୃଷ୍ଣ ପୂଜାମଣ୍ଡପରେ ସ୍ଥାପନା କରାଯାଇଥିଲା । ବିଶିଷ୍ଟ ପୂଜକ ଶ୍ରୀ ପ୍ରସନ୍ନ ଷଡଙ୍ଗୀ ଏବଂ ତାଙ୍କ ସହଯୋଗୀ ରବିନାରାୟଣ ହୋତା ଏବଂ ପ୍ରକାଶ ଗୋସାଇଁ ପ୍ରମୁଖ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ୨୯ ତାରିଖ ଅପରାହ୍ନ ରୁ ହରିରାମ ସଂକୀର୍ତ୍ତନ କରାଯାଇ ଆଜି ମଇ ୨ ତାରିଖରେ ପୂର୍ଣ୍ଣାହୁତି ଓ ଦଧି ହାଣ୍ଡି ନେଇ ପରିକ୍ରମା କରାଯାଇଥିଲା ।ଏହି ଚବିଶ ପ୍ରହର ନାମ ଯଜ୍ଞରେ କର୍ତ୍ତା ଭାଵେ ଏସଡିପିଓ ଗୋକୁଳାନନ୍ଦ ସାହୁ ଏବଂ ତାଙ୍କ ସହଧର୍ମିଣୀ,ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ଏବଂ ତାଙ୍କ ସହଧର୍ମିଣୀ, ଏଏସଆଇ ଡମ୍ବରୁଧର ମହାନ୍ତ ପୂଜାରେ ବସି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଦାୟିତ୍ଵ ନିଭାଇଥିଲେ ।ବାମନଘାଟୀ ଉପଖଣ୍ଡର ସମସ୍ତଙ୍କର ମଙ୍ଗଳ କାମନା ଓ ସୁଖ ,ଶାନ୍ତି, ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।ପଶ୍ଚିମବଙ୍ଗ ର ପୁରୁଳିଆ , ଜାମଦା , ମଲିକେଡମ, ଆହାରବନ୍ଧ ଓ ବହଡାଗୋଡାରୁ ବଛା ବଛା ସଂକୀର୍ତ୍ତନ ଦଳ ଯୋଗଦେଇ ସେମାନଙ୍କ ନୃତ୍ୟ ଓ ନାମ ସଂକୀର୍ତ୍ତନ ରେ ହଜାର ହଜାର ହରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ କିଣି ନେଇଥିଲେ । ଏହି ଭକ୍ତି ରସାମୃତ ପାନ କରିବା ଏବଂ ରାଧାକୃଷ୍ଣ ଙ୍କ ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି ଦେଖିବା ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବାପାଇଁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ସମଗ୍ର ରାଇରଙ୍ଗପୁର ସହରରେ ହରିରାମ ଗୁଞ୍ଜରଣରେ ଏକ ଭକ୍ତିମୟ ପରିଵେଶ ହୋଇ ଉଠିଥିଲା । ରାଇରଙ୍ଗପୁର ଟାଉନଥାନାର ଏହି ସଂକୀର୍ତ୍ତନ କାର୍ଯ୍ୟକ୍ରମ ପୋଲିସ ଓ ଜନତା ମଧ୍ୟରେ ଏକ ସୁସଂପର୍କର ସେତୁ ଗଢି ଆସିଛି ଦିର୍ଘ ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ଆସ୍ଥା ଓ ବିଶ୍ବାସ ଅଛି ରାଇରଙ୍ଗପୁର ଟାଉନ ଥାନାରେ ୨୪ ପ୍ରହର ନାମ ଯଜ୍ଞ ହେଲେ ନିଶ୍ଚିତ ଭାବେ ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ବର୍ଷା ପାଳନ୍ତି ।ସତକୁ ସତ ସାରା ଓଡ଼ିଶା ୪୬ ଡିଂ ତାପମାତ୍ରାରେ ଛଟପଟ ହେଉଥିବାବେଳେ ରାଇରଙ୍ଗପୁରରେ ୧ ତାରିଖ ଅପରାହ୍ନରେ ୨୦ ମିନିଟ ଧରି ବର୍ଷା ହୋଇଥିଲା । ଏଠାରେ ମାନସିକ ନାରୀଙ୍କ ମନବାଞ୍ଛା ପୂରଣ ହୁଏ ବୋଲି ବିଶ୍ବାସ ଅଛି ।ଥାନା ପକ୍ଷରୁ ୩ ଦିନ ଧରି ଦିବାରାତ୍ର ଜଳଖିଆ ଓ ଅନ୍ନପ୍ରସାଦରଭଣ୍ଡାର ସେବା କରା ଯାଇଥିଲା । ସଂକୀର୍ତ୍ତନ ପ୍ରେମୀ ମନମୋହନ ପରମାଣିକ, ଉପେନ୍ଦ୍ର ନାଥ ବେହେରା ,ଥାନା ଏଏସଆଇ ବିରଞ୍ଚି ନାଏକ, ଅନ୍ଯ ପୋଲିସ କର୍ମଚାରୀ, ଭେଣ୍ଡି ଜୋନ ସଦସ୍ଯ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।