ରୁପ୍ରା, ୨୦/୧୨ (ମନିସ ) : ନର୍ଲା ବିଧାୟକ ଭୂପିନ୍ଦର ସିଂହ ଆଜି ସନ୍ଧ୍ୟାରେ ଦିନିକିଆ ନର୍ଲା ଗସ୍ତରେ ଆସି ନର୍ଲା ହାଇସ୍କୁଲ ପଡିଆରେ ନିର୍ମାଣ ହେଉଥିବା ଇନଡୋର ମିନି ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଏହା ବ୍ୟତୀତ ଉକ୍ତ ଖେଳ ପଡ଼ିଆରେ ଜିଲ୍ଲା ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଥିବା ବେଳେ ଖେଳ ପଡିଆର ଉନ୍ନତି ଆଣିବା ପାଇଁ ଆୟୋଜକ ଏସ୍କନ୍ କ୍ଲବ୍ ନର୍ଲା ଓ ସଚେତନ ନାଗରିକଙ୍କ ସହ ଆଲୋଚନା କରିଥିଲେ। ସୂଚନା ମୁତାବକ ଉକ୍ତ ପ୍ରତିଯୋଗିତାରେ ସ୍ପୋର୍ଟସ୍ ହଷ୍ଟେଲ ଫୁଲବାଣୀ, ସ୍ପୋର୍ଟସ୍ ହଷ୍ଟେଲ ବଲାଙ୍ଗୀର, ସ୍ପୋର୍ଟସ୍ ହଷ୍ଟେଲ କଳାହାଣ୍ଡି ଓ ସ୍ପୋର୍ଟସ୍ ହଷ୍ଟେଲ ସୁନାବେଡା ଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଫୁଟବଲ୍ ଦଳ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଖେଲ ପଡିଆର ଉନ୍ନତି ପାଇଁ ନର୍ଲା ଏଇ ବାସୁଦେବ ମହାରଣା ଓ ଜେଇ ଆଲୋକ ନାଏକଙ୍କ ସହ ବିଧାୟକ ଶ୍ରୀ ସିଂହ ଆଲୋଚନା କରିଥିଲେ। ସମାଜସେବୀ ହମେଶ ଜୈନ, ଖେଳ ଶିକ୍ଷକ ନାରାୟଣ ପଧାନ, ଶିକ୍ଷକ ସଞ୍ଜୟ ସେନାପତି, ସୁମନ୍ତ ପୁଝାରୀ, ଅନମୋଲ୍ ଚାନ୍ଦ, କିଶୋର ମାଝୀ, ସୁଶାନ୍ତ ଚାନ୍ଦ ଓ ତ୍ରିଲୋଚନ ଗୌଡଙ୍କ ସମେତ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ବିଧାୟକ ଶ୍ରୀ ସିଂହ ସହ ଆଲୋଚନା କରିଥିଲେ।
ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ