ମ.ରାମପୁର,୨୦/୦୯ (ମସୀହା ): କଳାହାଣ୍ଡି ଜିଲ୍ଲା ମ.ରାମପୁର ସିପିଆଇ( ଏମ) ବ୍ଲକ କମିଟି ତରଫରୁ ଆଜି ସ୍ଥାନୀୟ ବିଭିନ୍ନ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କାଯାଇଥିଲା ଏବଂ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଜକବହାଲି ଗାଁ ରାସ୍ତା ଏନଏଚ ୫୯ ସହିତ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା, ବିଧବା, ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା କୁ ହିତାଧିକାରୀଙ୍କୁ ନଗଦ ଆକରେ ଭତ୍ତା ପ୍ରଦାନ କରିବା,କାଳିଆ ଯୋଜନା ରୁ ବାଦ୍ ପଡ଼ିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଯୋଜନାରେ ସାମିଲ କରିବା, ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି,ରନ୍ଧନ ଗ୍ୟାସ, ଔଷଧ, ପେଟ୍ରୋଲ, ଡିଜେଲ୍ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ରୁ ଦରଦାମ ନିୟନ୍ତ୍ରଣ କରିବା ଦାବି ରଖା ଯାଇଥିଲା l ଏହି ଆନ୍ଦୋଳନ ରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀ, ଜିଲ୍ଲା ସଂପାଦକ ବିଶ୍ୱଜିତ ଚାଟାର୍ଜୀଙ୍କ ସମେତ ଗଙ୍ଗାଧର ପ୍ରହରାଜ, ସତ୍ୟଜିତ ଚାଟାର୍ଜୀ,କୁନୁ ଚରଣ ମାଝୀ ପ୍ରମୁଖ ସାମିଲ ରହିଥିଲେ l
ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l