ଡାବୁଗାଁ, ୨୦/୯ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜବାଗୁଡା ପଞ୍ଚାୟତ ସଦରମହକୁମାସ୍ଥିତ ୫ ଟି ଯୋଜନା ଅଧୀନ ଜବାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ନବରଙ୍ଗପୁର ଅତିରିକ୍ତ ଜିଲପାଳ ଭାସ୍କର ରଇତ ମଙ୍ଗଳବାର ଅଚାନକ ଗସ୍ତ କରି ପରିଦର୍ଶନ କରିଛନ୍ତି | ଅତିରିକ୍ତ ଜିଲପାଳ ବିଦ୍ୟାଳୟକୁ ଗସ୍ତ କରି ୯ ଓ ୧୦ ଶ୍ରେଣୀ ର ଡିଜିଟାଲ ଶ୍ରେଣୀ ଗୃହ ରେ ଛାତ୍ରୀ ଛାତ୍ର ମାନେ ପାଠ ପଢୁଥିବା ଦେଖିଥିଲେ | ଶ୍ରେଣୀ ଗୃହ କୁ ଯାଇ ପିଲା ମାନଙ୍କୁ ପାଠ ପଢା ବିଷୟରେ ପଚାରି ବୁଝିଥିଲେ | ବିଭିନ୍ନ ଖାତା ପତ୍ର ଯାଞ୍ଚ କରିଥିଲେ | ଏହି ଗସ୍ତ ସମୟରେ ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର, ଅତିରିକ୍ତ ତହସିଲଦାର ସତିଶ କୁମାର ବାଇନି, ଜବାଗୁଡା ସରପଞ୍ଚ ଗୋମତୀ ଭତ୍ରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ଶିକ୍ଷକ ମାନେ ପ୍ରମୁଖ ଉପସ୍ଥିତ ଥିଲେ |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ