Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଏ କପାଳେ ଯାହା ଲେଖା by Sunil Chandra NayakSeptember 20, 2022066 Share0 ଏ କପାଳେ ଯାହା ଲେଖା ସୁରେନ୍ଦ୍ର କୁମାର ବେହେରା ଯାହା ଲେଖାଅଛି ଏକପାଳେ ମୋର ଅନ୍ୟଥା ହୋଇବ ନାହିଁ ଦୁଃଖ ଯଦି ମୋର କପାଳରେ ଅଛି ସୁଖମୁଁ ଚାହିଁବି କାହିଁ ।1। ଜୀବନ ଜୀବିକା ନେଇ ବଞ୍ଚିବାରେ କାହିଁକି କରିବି ଅଳି ସୁଖ ଅବା ଦୁଃଖ ପାପ ଅବା ପୁଣ୍ୟ କର୍ମ ଫଳ ଥାଏ ମିଳି ।2। ଏମାଟି ଶରୀର ମାଟିରେ ମିଶିଵ ଜଗିବସି ଅଛି କାଳ ମାୟା କବଳିତ ଏଘଟ ଛାଡିବ ସରିଲେ ସଂସାର ଖେଳ ।3। କେହିନୁହେଁ କାର ସବୁ ଏଠି ପର ମାୟାର ଅଧିନ ହୋଇ ପାପ ପୁଣ୍ୟ ଫଳ ଯାଅଛି କପାଳେ ବିହି ଯାଚି ଦେଇ ଥାଇ ।4। କପାଳ ଲିଖନ ହେବନାହିଁ ଆନ ଏହା ଚିରନ୍ତନ ସତ୍ୟ ଏଘୋର ସଂସାରୁ ଉଦ୍ଧାର ପାଇଁକି ଜପ ହରିନାମ ନିତ୍ୟ ।5। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର