ମା ତୁମେ
ଦେବ ଅନଳରୁ ପ୍ରଚଣ୍ଡ ବହନି
ନିଧୁମାଗ୍ନି ହେଲା ସୃଷ୍ଟି
ଅଭୟ କାମାକ୍ଷୀ ରୂପ ପ୍ରକଟିଲୁ
ପଡିଲା ତୋ କୋପ ଦୃଷ୍ଟି
ଜେନାବଳୀ ନଗ୍ର ଧ୍ୱଂସ କରିବାକୁ
କରିଲୁ ତୁ ଅଗ୍ନି ବୃଷ୍ଟି
ଦେବ ଅନଳରୁ ପ୍ରଚଣ୍ଡ ବହନି
ନିଧୁମାଗ୍ନି ହେଲା ସୃଷ୍ଟି………………..
ବିଜେ କର୍ଣ୍ଣକୁଠାରକୁ ଧରି ହସ୍ତେ
ଘୋର ଦନ୍ତ ରଡି ଛାଡି
ଚାମୁଣ୍ଡା ରୂପକୁ କରିଲୁ ପ୍ରକଟ
କେଶରୀ ପିଠିରେ ଚଢି
ଉନ୍ମୁକ୍ତ କବରୀ ଲହ ଲହ ଜିହ୍ଵା
କରେ କୃପାଣ କୁ ଜଷ୍ଠୀ
ଦେବ ଅନଳରୁ ପ୍ରଚଣ୍ଡ ବହନି
ନିଧୁମାଗ୍ନି ହେଲା ସୃଷ୍ଟି………………..
ଘଟ ଘଟ ଘଟ ହଟସବଦରେ
ପ୍ରକମ୍ପିତ ହେଲା ଧରା
ଦୁର୍ଜୟ ଦାନବ ହିଆ ଫାଡ଼ି ମାଗୋ
ପିଇଲ ରକତ ସରା
ତ୍ରିପଣ୍ଡ ହୋଇଲା ରକତେ ଶରୀର
ମୁଣ୍ଡ ମାଳା ଗଲା ଲୋଟି
ଦେବ ଅନଳରୁ ପ୍ରଚଣ୍ଡ ବହନି
ନିଧୁମାଗ୍ନି ହେଲା ସୃଷ୍ଟି……………….
ସିତାଂଶୁ ଜେନା