ଚନ୍ଦାହାଣ୍ଡି-21/9(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସନ୍ଧିମୁଣ୍ଡା କ୍ଲଷ୍ଟର ର ପୂର୍ବତନ ସିଆରସିସି ପ୍ରେମଚାନ୍ଦ ବିଶିଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି l ବାବୁରିଆ ପିୟୁପିଏସ ର ପ୍ରଧାନଶିକ୍ଷକ ଲିମୁଚରଣ ଶିରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସିଆରସିସି ପ୍ରେମଚାନ୍ଦ ବିଶି ଓ ସମ୍ମାନୀତ ଅତିଥି ରୂପେ ନୂତନ ସିଆରସିସି ବୀରବର ପଣ୍ଡା ଯୋଗଦେଇଥିଲେ l ବୈଠକରେ ପୂର୍ବତନ ସିଆରସିସି ଶ୍ରୀବିଶିଙ୍କୁ ବିଦାୟ କାଳିନ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇ ନୂତନ ସିଆରସିସି ଶ୍ରୀପଣ୍ଡାଙ୍କୁ ସ୍ୱାଗତ କରାଯାଇଥିଲା l ଏହି ବିଦାୟ କାଳିନ ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ଜଗଦିଶ ମେହେର,ହିମାଂଶୁ ଶେଖର ସୁନାନୀ, ରତନ ଜଗତ, ଲୋକନାଥ ଜଗତ, ପୁରନ ସିଂ ନିଆଲ, ନାରାୟଣ ରଥ, ରୋହିତ କୁମାର ଜେନା, ପରମାନନ୍ଦ ନାଗ, ଯୁଧିଷ୍ଠିର ବଞ୍ଜରା, ଇନ୍ଦ୍ରମୋହନ କେଉଁଟ, ପୁସ୍ତମ ମାଝୀ ଓ ପକ୍ଷୀରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ