ଜଣେ ମୃତ, ୪ଗୁରୁତର
କେସିଙ୍ଗା: ମଙ୍ଗଳବାର ବିଳମ୍ବିତ ରାତିରେ ବୋରିଆ ନିକଟରେ ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଏକ ଟ୍ରକରେ ପିଟି ହୋଇ କାର ଚାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ କାରରେ ଥିବା ୪ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। କେସିଙ୍ଗା ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଁଛି ଆହତଙ୍କୁ ଉଦ୍ଧାର କରିଥିଲା। ସମସ୍ତ ଆହତଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି।