ଭବାନୀପାଟଣା -: ଆଜି ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ଦ୍ୱାରା ସିରଲିଗୁଡା ଠାରେ ମା ଶକ୍ତିଶାଳୀ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପରିଚାଳିତ ହେବାକୁ ଥିବା ମଳ ଉପଚାର ପ୍ଲାଣ୍ଟର (Sepatage Treatment Plant) ର ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ବଳୟ ଦେହୁରୀ,ପାନୀୟ ଏବଂ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱନାଥ ଯୋଶୀ,ୱାର୍ଡ କାଉନସିଲର ଶିବା ସାହୁ, ମହେନ୍ଦ୍ର ରାଉତ,TSU FSSM ରାଜୀବ ଲୋଚନ ରାମ, ପୌରପାଳିକା ସ୍ୱଚ୍ଛତା ବିଶେଷଜ୍ଞ ତପନ ନାୟକ,ବଳରାମ ଖୁରେଶୀ,କଳାହାଣ୍ଡି ଜିଲ୍ଲା ସ୍ୱୟଂ ସହାୟକ ଗୋଷ୍ଠି ସଭାପତି ପାର୍ବତୀ ମିଶ୍ର,ଏସ ଏଚ ଜି ମା ଏବଂ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ। ଏହି ପ୍ଲାଣ୍ଟ ର ସ୍ଥାପନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ ।
କିଶନ ଶର୍ମା ଙ୍କ ରିପୋର୍ଟ