ତେନ୍ତୁଳିଖୁଣ୍ଟି -୨୯/୦୯/୨୨- ଶିକ୍ଷା ସମାଜର ମେରୁଦଣ୍ଡ । ଶିକ୍ଷା ହିଁ ପ୍ରତେକ ମନୁଷ୍ୟ ର ଶାରୀରିକ ମାନସିକ ବିକାଶ କରିବା ସହ ଅଞ୍ଚଳର ବିକଶିତ ହେବାରେ ସହାୟକ ହୋଇଥାଏ। ଯଦି ଆମେ ଦେଖିବା ଆମ ରାଜ୍ୟ ରେ ଶିକ୍ଷାକୁ ନେଇ ବିଭିନ୍ନ ଯୋଜନା କରିବା ସହ , ଭତ୍ତିିଭୂମି ଉନ୍ନତି କରିବା ସହ ଶିକ୍ଷାର ମାନ ବୃଦ୍ଧି ପାଇଁ କେତେ କ’ଣ ଯୋଜନା ହାତକୁ ନେଉଛନ୍ତି ସରକାର। ଏମିତିକି ମୋ ସରକାର ଙ୍କ ୫ ଟି ଅନ୍ତର୍ଭୁକ୍ତ ବିଭିନ୍ନ ସ୍କୁଲ କୁ ରୂପାନ୍ତରିକରଣ କରାଯାଉଛି ।,କୁହାଯାଉଛି ସ୍ମାର୍ଟ ଛାତ୍ର ଛାତ୍ରୀ ଙ୍କୁ ସ୍ମାର୍ଟ ଶ୍ରେଣୀ ଗୃହ। ପ୍ରଶ୍ନ ଉଠୁଛି ଯେ ଏମିତି କିଛି ବିଦ୍ୟାଳୟ ଆଜି ବି ସମସ୍ୟା ଘେରରେ ରହିଛି। ଉଦାହରଣ ସ୍ୱରୂପ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି.ମାଳିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଯାହାକି ପୁରା ଅବ୍ୟବସ୍ଥା ଘେରରେ ରହିଛି। ଆମଦେଶ ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ କରିଥିବା ବେଳେ,ବି.ମାଳିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଦୃଶ୍ୟ ପୁରା ଅଲଗା ଦେଖାଯାଉଛି। ମାସ ମାସ ଧରି ବର୍ଷା ଜଳ ବିଦ୍ୟାଳୟ ପରିସରରେ ଜମା ହୋଇ କୃତ୍ରିମ ପୋଖରୀ ସୃଷ୍ଟି ହୋଇ ଦୂର୍ଗନ୍ଧମୟ ପରିବେଶ କରିଛି,ମଶା ମାଛି ପାଇଁ ସ୍ୱର୍ଗ ପାଲଟିଛି। ଏମିତିକା ପରିବେଶ ରେ ,ମଧ୍ୟାହ୍ନ ଭୋଜନ କଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହିତ ମାନସିକ ବିକାଶ କେମିତି ହେବ ? ଏନେଇ ବିଦ୍ୟାଳୟ ପରିଚାଳନା କମିଟି ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟ ର ସମସ୍ୟା ନେଇ ଅନେକ ଥର ଖବର ପ୍ରସାରଣ ପରେ ବି ପ୍ରତିଶୁତି ହିଁ ମିଳୁଥିବାରୁ ସଚେତନ ନାଗରିକ ଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାପରେ ଲାଗିଛି।ଦେଖାଯାଉ ଖବର ପ୍ରସାରଣ ପରେ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ବ୍ଲକ ଶିକ୍ଷା ଅଧିକାରୀ ,ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ୍ ପ୍ରଶାସନ କ’ଣ ପଦକ୍ଷେପ ନେଉଛନ୍ତି? ନା ନାହିଁ ତାହା ଦେଖିବାକୁ ବାକି ରହିଲା।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି