ଗୋଳାମୁଣ୍ଡା/ ଅଦିନିଆ ଲଗାଣ ବର୍ଷାରେ ତିନି ତିନି ପରିବାରଙ୍କ ଘର କାନ୍ଥ ଦୋହଲି ଯାଇଛି ତୋ କାହା ଘରର କାନ୍ଥଭାଙ୍ଗି ଯାଇଥିବା ଦୃଶ୍ୟକୁଦେଖିଲେ ବିପଦ ସଂକେତ ମିଲୁଛି, ସରକାରୀଘର ପାଇଁ ଅପେକ୍ଷା କରି ପାଞ୍ଚ ବର୍ଷ ବିତିଗଲାଣି ହେଲେ ଘର ପାଇବାରେ ବିଫଳ, ଏଭଳି ଘଟଣା ଦେଖିବା ମିଳିଛି ଗୋଳାମୁଣ୍ଡା ବ୍ଲକ ସ୍ଥିତ ଚିଚିଆ ପଞ୍ଚାୟତର ପଣ୍ଡକୁଳ ଗ୍ରାମର ଏକ ଅସହାୟ ମହିଳା ବନିତା ମେହେରଙ୍କୁ ସରକାରୀ ଘର ମିଳିଥିବା ବେଳେ ଘର ଭାଙ୍ଗି ଏକ ବର୍ଷ ହେଲା ଘରର ବିଲ ମିଳି ନ ଥିବାରୁ ବିଡିଓଗୋଳାମୁଣ୍ଡା ଓ ଉପଜିଲ୍ଲାପାଳ ଙ୍କ ଠାରେ ଗୁହାରି ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ସହାୟତା କିମ୍ବା ତଦନ୍ତ ମଧ୍ୟ ହେଲା ନାହିଁକି ମରାମତି ମଧ୍ୟ ମିଳିଲା ନାହିଁ ବୋଲି ମେଡିଆ ପାଖରେ ପ୍ରକାଶ କରିଛନ୍ତି,ଚଳିତ ଅଦିନିଆ ଲଗାଣ ବର୍ଷାରେ ବନିତାମେହର ଛୋଟିଆ କୁଡ଼ିଆରେ ପାଣି ପଶି ହନ୍ତସନ୍ତ,
ଏଭଳି ଆଉ ଏକ ମହିଳା ରଙ୍ଗବତୀ ମେହେର ତାଙ୍କର ଚାରିକାନ୍ଥ ଭଙ୍ଗାରୁଜା ଘରର ସମସ୍ୟା ସମ୍ପର୍କରେ ସେ ମେଡିଆ ସାମ୍ନାରେ ପ୍ରକାଶ କରିଛନ୍ତି ,ଠିକ ସେହି ଭଳି ତୃତୀୟ ଜଣକଏକ ବିଧବା ମହିଳା କଇଁତ ସେନାପତି ଙ୍କ କାନ୍ଥ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିବା ବେଳେ ଘର ଭିତରେ ପାଣିପଶି ଜମି ଜିବାରୁ ଅନେକ ସମସ୍ୟା ଦେଖା ଦେଇଛି, ତୁରନ୍ତ ପ୍ରଶାସନିକ ତଦନ୍ତ କରି ଆବଶ୍ୟକ ପଦକ୍ଷେପଗ୍ରହଣ କରିବା ପାଇଁ ସ୍ଥାନୀୟଜନସାଧାରଣ ଚନ୍ଦ୍ରମଣିମେହେର,ଅମୃତାମେହେର, ପାଣ୍ଡବ ସେନାପତି ପ୍ରମୁଖ ଦାବି କରିଛନ୍ତି, ଆସନ୍ତୁ ଶୁଣିବା ତାଙ୍କର ପ୍ରତିକ୍ରିୟା,ଏହି ସମ୍ପର୍କରେ ଚିଚିଆ ପିଇଓଙ୍କ ସହ ଯୋଗାଯୋଗ କରି ଥିବାରୁ ସେ ପଞ୍ଚାୟତ ନିର୍ବାଚନ ପରେ ବ୍ୟବସ୍ଥା ଗ୍ରହଣ ହେବ ବୋଲି କହିଛନ୍ତି,
କଳାହାଣ୍ଡି ଜିଲ୍ଲାଗୋଳାମୁଣ୍ଡାବ୍ଲ କ ମସିହା ପ୍ରତିନିଧି ରାମକୁମାର ସେନାପତି ଙ୍କ ରିପୋର୍ଟ,