ମା କର୍ତ୍ୟାୟିନି
ସୁରେଶ ଚନ୍ଦ୍ର ପାଢୀ
ମା ତୁମେ ଅଭୟ ଦାୟିନି
ତୁମେ ମାଆ ଜଗତ ଜନନୀ
ଚତୁର୍ଭୁଜା ରେ ସାହା ହୁଅ ଠାକୁରାଣୀ
ମନ୍ଦାର ମାଳିନୀ ଦେବୀ ସିଂହ ବାହିନୀ
ତୁମକୁ ଗୋପୀ ଗଣ ବ୍ରଜେ ପୁଜି ଥିଲେ
କୃଷ୍ଣ ଙ୍କୁ ପତି କରିବାକୁ ମନାସୀ ଥିଲେ
ତୁମରି କୃପା ରୁ କୃଷ୍ଣ ଙ୍କୁ ପାଇଲେ
ସବୁ ମାୟା ଛାଡି ବ୍ରହ୍ମ ରେ ମିଶିଲେ
ତୁମରି କୃପାରୁ ସୀତା ରାମ ଙ୍କୁ ପାଇଲେ
ତୁମକୁ ପୁଜି ରୁକ୍ମିଣି କୃଷ୍ଣ ଙ୍କୁ ଭେଟିଲେ
ତୁମ ନାମ ନେଲେ ମା ବିପତ୍ତି ଚାଲିଯାଏ
ଶତ୍ରୁ ବି ପାଖରୁ ଦୁରେଇ ଯାଏ
ତୁମରି ସୁଦୟା ସଦା ରଖିଥିବ
ମୋ ପରି ମୂଢ଼ କୁ ସାହା ହୋଇ ଥିବ
ବୁଗୁଡ଼ା,ଗଞ୍ଜାମ