ବାଲେଶ୍ଵର,୦୪/୧୦/୨୨- କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଜମ୍ଭରା ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ସୁନ୍ଦର ମୋ ଭାଷା ସାହିତ୍ୟର ୮୭ ତମ ଅନନ୍ୟା ଅଡିଓ ଆସର ଗାନ୍ଧୀ ଜୟନ୍ତୀରେ ପାଳିତ ହୋଇଯାଇଛି।ଅନୁଷ୍ଠାନ ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ଭୁବନେଶ୍ୱରର ସୁକଣ୍ଠଶିଳ୍ପୀ କୃଷ୍ନପ୍ରିୟା କର ମୁଖ୍ୟ ଅତିଥି ଥିବାବେଳେ ସରିଦା ଗ୍ରାମର ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଠାକୁର ଅନୁକୂଳଚନ୍ଦ୍ର ଆଶ୍ରିତ ସହ ପ୍ରତି ଋତ୍ଵିକ ନୃସିଂହ ଚରଣ ସେନାପତି ବରେଣ୍ୟ ବିଶିଷ୍ଟ ଅତିଥି ଓ ଭୁବନେଶ୍ୱରର ସୁଗୃହିଣୀ ସୁସାହିତ୍ୟିକା ମାନସୀ ବେହୁରା ସମ୍ମାନିତ ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିଲେ।ସୁଶ୍ରୀ ଆରାଧ୍ୟାଙ୍କ ଶୁଭ ଶଙ୍ଖଧ୍ୱନିରେ ଆରମ୍ଭ ଆସର ମାନନୀୟ ପ୍ରଫୁଲ୍ଲ କୁମାର ହୋତାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା।ଅତିଥି ମାନେ ଗାନ୍ଧୀବାଦ ଓ ଅନନ୍ୟାରେ ସାହିତ୍ୟର ମର୍ଯ୍ୟାଦା ଉପରେ ନିଖୁଣ ବର୍ଣ୍ଣନା କରିଥିଲେ।ସମ୍ପାଦକ ଶ୍ରୀସେନାପତିଙ୍କ ବଳିଷ୍ଠ ସଂଯୋଜନାରେ ତୃପ୍ତିରାଣୀ ପାତ୍ର,ସନ୍ତୋଷ ସାହୁ,ଦେବେନ୍ଦ୍ର ନାୟକ ସମେତ ଓଡ଼ିଶାର ବିଭିନ୍ନ ଜିଲାରୁ ମୋଟ ୩୪ ଜଣ କବି କବୟିତ୍ରୀ ଛନ୍ଦ ଓ ଛନ୍ଦମୁକ୍ତ କବିତା ଆବୃତ୍ତି କରିଥିଲେ।ଅନନ୍ୟା ର ଅନନ୍ୟ କଣ୍ଠଶିଳ୍ପୀ ପ୍ରତାପ କିଶୋର ରାଉତ, ଅଙ୍କିତା ଦାଶ,ଉଜ୍ଜୟିନୀ ମିଶ୍ର,ଅଙ୍କିତା ପ୍ରିୟଦର୍ଶିନୀ, ଖୁସି କିରଣଙ୍କ ଦ୍ଵାରା ଭକ୍ତି ନୈବେଦ୍ୟ ର କାର୍ଯ୍ୟକ୍ରମ ବେଶ ହୃଦୟସ୍ପର୍ଶୀ ଥିଲା। ଉକ୍ତ ଆସରରେ ଅନନ୍ୟାରେ ଅବିରତ ନିଷ୍ଠାପର ସାହିତ୍ୟ ସର୍ଜନା,ସୁ କଣ୍ଠଶିଳ୍ପୀ ଓ ଅନନ୍ୟା ଦୀପକୁ ତେଜିବାକୁ କାଠି ସାଜିଥିବା ଶୁଭେଚ୍ଛୁ ସର୍ବମୋଟ ୧୨୦ଜଣଙ୍କୁ ଗାନ୍ଧୀ ସମ୍ମାନ ସନନ୍ଦ ଅର୍ପଣ କରାଯାଇଥିଲା।ସମ୍ବର୍ଦ୍ଧନା ସଭା ପରିଚାଳନା ଅନନ୍ୟା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପ୍ରାଣବନ୍ଧୁ ରାଉତ ଓ କୋରାପୁଟ ଜିଲ୍ଲା ମୁଖ୍ୟ ବିଷ୍ଣୁପ୍ରସାଦ ମିଶ୍ର ପରିଚାଳନା କରିଥିବାବେଳେ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ପରିଚାଳନା ଅଂଶୁମାନ ସ୍ବାଇଁ ଓ ପ୍ରଭଞ୍ଜନ ତ୍ରିପାଠୀ କରିଥିଲେ।ଅନୁଭୂତି ପ୍ରଦାନ ଦୀପ୍ତିଦେବଦର୍ଶିନୀ ସୁତାର କରିଥିବାବେଳେ ଅନୁଷ୍ଠାନ ବାର୍ତ୍ତା ସ୍ୱାଗତିକା ସାହୁ,ଶାନ୍ତିପାଠ ହାସ୍ୟମୟୀ ରାଜ ଓ ଧନ୍ୟବାଦ ଅର୍ପଣ ତାନଶ୍ରୀ ପାଣିଗ୍ରାହୀ କରିଥିଲେ।ଆସର ପର୍ଯ୍ୟବେକ୍ଷଣ ସୁସାମ୍ବାଦିକ ଓ ସାହିତ୍ୟିକ ଧୀରେନ୍ଦ୍ର ମଲ୍ଲିକ ଓ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଦ୍ଵାରା ହୋଇଥିବାବେଳେ ଆସର ନିରୀକ୍ଷଣ ଓଡ଼ିଶାର ଅନନ୍ୟା ଜିଲ୍ଲା ମୁଖ୍ୟ ମାନଙ୍କ ଦ୍ଵାରା ହୋଇଥିଲା।ସମସ୍ତ ଗାନ୍ଧିପ୍ରେମୀ କବିତାକୁ ଗାନ୍ଧୀଙ୍କୁ ସମର୍ପଣ କରାଯାଇଥିଲା।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ