ଉତ୍କେଲା,୧୦/୧୦,ଉତ୍ତରପ୍ରଦେଶ ର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ର ସଂସ୍ଥାପକ ମୁଲାୟମ ସିଂ ଯାଦବ ଙ୍କ ବିୟୋଗରେ ରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଏକ ଶୋକସଭା ବୋରିଙ୍ଗପଦର ସ୍ଥିତ ୟଦୁ ନିଉଜ ନେଶନ ଅଫିସରେ ଅନୁଷ୍ଠିତ ହୋଇଯାଇଛି।ତାଙ୍କରି ଯାଦବ ସମାଜ ପ୍ରତି ଅତୁଳନୀୟ ଅବଦାନ ରହିଥିଲା।କଲାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ଓ କେସିଙ୍ଗା ଏନେସି ଅଧ୍ୟକ୍ଷ ନୃପରାଜ ଯାଦବ, କଲାହାଣ୍ଡି ଯୁବ ଯାଦବ ସଭାପତି ଗୋବିନ୍ଦ ବନଛୋର କେସିଙ୍ଗା ୨ନଂ କାଉନସିଲର,ଭୁପିନ୍ଧ୍ର ଘିଭେଲା, ୭ ନଂ ଓ୍ବାର୍ଡ କାଉନସିଲର,ପ୍ରକାଶ ବନଛୋର,କେସିଙ୍ଗା ୦୬ ନଂ ଓ୍ବାର୍ଡ କାଉନସିଲର,ଶମ୍ବୁ ବଗର୍ତ୍ତୀ,ଲଇତରା ସରପଞ୍ଚ,ଅଶୋକ ପୋଢ,ସମାଜସେବୀ ବସନ୍ତ କୁମାର ନାଏକ,ଯୁବ ଯାଦବ ସହ ସଂପାଦକ ତ୍ରିଲକ୍ଷ ନାଏକ ସିରୋଲ ର ସମିତିସଭ୍ୟ ପ୍ରତାପ ବାଗ, ସାମ୍ବାଦିକ ଅର୍ଜୁନ ପୋଢ ଉପସ୍ଥିତ ରହି ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରି ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ।
ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ