କର୍ଲାମୁଣ୍ଡା,- ଭାରତ ସରକାରଙ୍କ ଯୁବବ୍ୟାପର ଓ କ୍ରୀଡା ମନ୍ତ୍ରଣାଳୟ ଏବଂ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁପିଆ ଗ୍ରାମର ଧର୍ମରାଜ ଯୁବକ ସଂଘ ଓ ବାଞ୍ଜିପଦାର ଗ୍ରାମର ଖୋଲାଝରକା ଯୁବ ଅନୁଷ୍ଠାନ ପକ୍ଷରୁ କରୋନା ଭାଇରସର ନୂଆରୂପ ଓମିକ୍ରନ୍ ର ତୃତୀୟ ଲହରକୁ ଦୃଷ୍ଟି ରେ ରଖି ଲୋକମାନଙ୍କୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାଲୁପିଆ ଓ ବାଞ୍ଜିପଦାର ଗ୍ରାମର ପୁରୁଷ ଓ ମହିଳା ମାନଙ୍କୁ ମାସ୍କ ବଣ୍ଟନ ସହ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ବଜାଇ ରଖିବା, ଘରୁ ବାହାରକୁ ଗଲେ ମାସ୍କ ବ୍ୟବହାର କରିବା ସାବୁନରେ କିପରି ଭାବରେ ହାତ ଧୋଇବା ସେହି ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ଧର୍ମରାଜ ଯୁବକ ସଂଘ ଭାଲୁପିଆ ଓ ଖୋଲାଝରକା ଯୁବ ଅନୁଷ୍ଠାନ ବାଞ୍ଜିପଦର ର ସମସ୍ତ କର୍ମକର୍ତ୍ତା ଓ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ଯୋଗଦେଇ ଦେଇ ମହାମାରୀ କରୋନା ବିଷୟରେ ଲୋକଙ୍କୁ ସଚେତନ କରାଇ ଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)
previous post