Uncategorized ଜୟ କୁମାର ମିଶ୍ର ଙ୍କ କବିତା ହୋଟେଲ ଖିଆ ପାଟି by Sunil Chandra NayakOctober 13, 2022059 Share0 ହୋଟେଲ ଖିଆ ପାଟି ଜୟ କୁମାର ମିଶ୍ର ହୋଟେଲ ଖିଆ, ପାଟିଟି ବାୟା ଅମାନିଆ ସେ ବଡ଼, ସଞ୍ଜ ସକlଳେ, ହୋଟେଲ ଚଳେ ହୋଇ ତା ପାଖ ତଡ ll ଅଭ୍ୟାସ ଦାସ, ନିଶାରେ ବଶ ଜାଣେନା ଭଲ ମନ୍ଦ, ପଇସା ଦେଇ, ରୋଗ କିଣଇ ଆୟୁଷ କରେ ଛେଦ ll ପିଲା ମାଇପ, ହିସାବ, ମାପ ମନକୁ ଆସେ ନାହିଁ, ସାଙ୍ଗ ସାଥିରେ, ହୋଟେଲ ଘରେ କରେ ଆସର କେହି ll ଘରର ରନ୍ଧା, କରି କେ ନିନ୍ଦା ଫିଙ୍ଗେ ଆହାର ଥାଳି, ଗାଳି ଗୁଲଜ, ହୁଅଇ ରୋଜ ଖାଇବା ପାଶେ କଳି ll କିଏ ରୁଷଇ, କିଏ ହସଇ ତାଛଲ୍ୟ କଥା କହି, ହାତରେ ଖଡା, ସିଝିବ ନାହିଁ କଥା ଚାତୁରୀ ଥୋଇ ll ବୃଥା ବଡ଼ିମା, ବୃଥା ମହିମା ବଡ଼ ଲୋକିୟା ଭାବ, ଅଳସୁଆଟି, ହୋଟେଲ କୋଠି ଅଯ୍ୟଥା ଲୋଡୁ ଥିବି ll ଗଲେ ଯାତରା, ଗରାଖ ପରା ହୋଇ ଉଲ୍ଲାସ ଚିତ୍ତେ, ଆହାର ଥାଳି, ଧରି ବୋବାଳି ଛାଡି କେ ଖାଏ କେତେ ll ହେଉ ବା ଭୋକ, ନହେଉ ଅବା ସଉକ ପାଇଁ କିଏ, ବଡ଼ ଲୋକିର, ଭାବ ମନର ସ୍ୱାଗତ କରୁ ଥାଏ ll ଭଳି ଭଳିକା, ବ୍ୟଞ୍ଜନ ଦେଖା ଗରାଖ ମନ ଜିଣା, ଦୁର୍ବଳ ମନ, ହୁଏ ଉଛନ୍ନ ଅଣ୍ଡାଳେ କିଏ, ମୁଣା ll ଦେହ ବେମାର, ଡାକ୍ତର ଗୀର ଅଣଦେଖାରେ ହେଳା, ଦେଖି ହୋଟେଲ, ମନ ଦୁର୍ବଳ କରି, ଆଣନ୍ତି କିଳା ll ରକତ ଚାପ, ମଧୁ ମେହଟି ଚର୍ବି ବର୍ଦ୍ଧିତ ରୋଗ, କରେ ଝଞ୍ଜଟ, ଧରାଏ ଖଟ ସଂସାରୁ ନିଏ ଆଗ ll ରାଗ ମସଲା, ତେଲ ଲୁଣ ଓ ସଫା ସୁତୁରା କଥା, କିଏ ବା ବୁଝେ, ଆସନ ଖୋଜେ ନକରି ତିଳେ ଚିନ୍ତା ll ମାଛ, ମାଉଁସ, ଅଣ୍ଡା, ଆମିଷ କ୍ଷୀରି, ଖେଚୁଡ଼ି, ଭଜା, ପାଟିକୁ ମଜା, ବଜାଏ ବାଜା ଅନାରୋଗ୍ୟକୁ ଖୋଜା ll ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି ଓଡିଶା, 761206,