ନବରଙ୍ଗପୁର ଜିଲା ରାଇଘର ମୁଖ୍ୟ ରାସ୍ତାକଡ ରେ ଥିବା ସୁନା ଗହଣା ଦୋକାନର ପଛ ପଟ କବାଟ କଣାକରି ସୁନା ଓ ରୁପା ଗହଣା ଚୋରି
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଖ୍ୟ ଦପ୍ତର ରେ ଥିବା ଏକ ସୁନା ଗହଣା ଦୋକାନ ଗିରିମହାରାଜ ଜୁଏଲର୍ସ ନାମକ ସୁନା ଗହଣା ଦୋକାନରୁ ଚୋରି ହୋଇ ଥିବା ଦେଖିବାକୁ ମିଳିଛି । ଦୋକାନ ମାଲିକ ଉତ୍ପଳ ବାରୋଇ ବୁଧବାର ଦିନ ସନ୍ଧ୍ୟାରେ ପ୍ରତିଦିନ ଭଳି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ଗୁରୁବାର ସକାଳେ ଦୋକାନ ଖୋଲି ଦେଖିଲା ବେଳେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗି ସୁନା ,ରୁପା, ଏଲିଡି ଟିଭି, ସିସିଟିଭି କ୍ୟାମେରା ନେଇଥିବା ଦୋକାନୀ ସୂଚନା ଦେଇଛନ୍ତି, ଚୋରୀ ହୋଇଥିବା ସୁନା ଓ ରୁପା ଗହଣା ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଦୋକାନୀ କହିଛନ୍ତି,ପରେ ଘଟଣା ବିଷୟରେ ସୁନା ଦୋକାନୀ ରାଇଘର ଥାନା ରେ ଲିଖିତ ଭାବେ ଅଭିଯୋଗ କରିଥିଲେ, ପରେ ରାଇଘର ଥାନା ଅଧିକାରି ଗୋବିନ୍ଦ ଚନ୍ଦ୍ର ବୁରୁଦା ଏବଂ ଉମରକୋଟ ଏସଡିପିଓ ଙ୍କ ସହ ସାଇନଟିଫିକ ଟିମ କୁକୁର ଧରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ