ନୂଆପଡା,/ ସ୍ୱୟଂଶାସିତ ଖଡ଼ିଆଳ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ବିପର୍ଯ୍ୟୟ ପରିଚାଳନା ଉଦ୍ଦେଶ୍ୟରେ ଏକ ଦିନିକିଆ କ୍ୟାମ୍ଫ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ଫକୁ ପ୍ରୋଗ୍ରାମ ଅଫିସର ଡ଼ା ସୁରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ ।ଅଧ୍ୟକ୍ଷ ଡ଼ା ତରୁଣ କୁମାର ପ୍ରଧାନ ଯୋଗ ଦେଇ ବିପର୍ଯ୍ୟୟ ପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କୁ ନେଇ ଏକ ଟିମ ଗଠନ କରିଥିଲେ ।ସେମାନଙ୍କୁ ସଡକ ଦୁର୍ଘଟଣା ,ନିଆଁ ଲାଗିବା ,ପାଣିରେ ବୁଡି ଯିବା ,ସର୍ପ ଦର୍ଶନ, ବିଜୁଳି ମାରିବା ,ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରୁ କିପରି ରକ୍ଷା ପାଇବେ ସେଥିପାଇଁ ଏକ ଟିମ କୁ ଟ୍ରେନିଂ ଦେଇଥିଲେ ।ପରେ ଡ଼ା ସୁରଞ୍ଜନ ଙ୍କ ନେତୃତ୍ୱରେ ସ୍ଵଛାସେବୀ ମାନେ ମହାବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ ଓ ଷ୍ଟୁଡିଯମ କୁ ସଫାସୁତୁରା କରିଥିଲେ । ଏହି କ୍ୟାମ୍ଫ ରେ ସ୍ୱଛା ସେବୀ ସରୋଜ କଲତା ,ବିକାଶ ବଛା , ବଳରାମ କଟା ,ସୁବାସ ବାଗ ,ଗୟାଧର ଜଗତ ,ମାନସ ସାଗର ,ସୁଭମ କାଣ୍ଡ ,ମୋହନ ପଟେଲ ,ରଞ୍ଜୁ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ