କୋକସରା,୧/୧୧- (ମ ନି ସ) ଭାରତ ଫାଇନାନ୍ସ ନାମକ ଏକ ବେସରକାରୀ କମ୍ପାନୀରେ ଏଜେଣ୍ଟ ଭାବେ କାମ କରୁଥିବା ଜଣେ ଯୁବକ ହିତାଧିକାରୀଙ୍କ ୧୧ ଲକ୍ଷ ରୁ ଉର୍ଦ୍ଧ ରୁଣ ଟଙ୍କା ହଡପ କରିଥିବା ଅଭିଯୋଗ ପରେ କୋକସରା ପୁଲିସ ସୋମବାର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଲିଛି। ସୁଚନାମତେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମା ପଟ୍ଟନାୟକ ପଡ଼ାରେ ଥିବା ଭାରତ ଫାଇନାନ୍ସ ନାମକ ଏକ ବେସରକାରୀ ସଂସ୍ଥା ରେ ଧର୍ମଗଡ ବ୍ଲକ ଡୁମେରଗୁଡା ପଞ୍ଚାୟତ କୀର୍କାକାନି ଗ୍ରାମର ଯୁବକ ରାକେଶ ଦୁର୍ଗା(୨୫) ଏଜେଣ୍ଟ ଭାବେ ଆଜିକୁ ୧୭ ମାସ ପୂର୍ବରୁ କାର୍ଯ୍ୟ କରି ଆସୁଥିଲେ। ତେବେ ସେ ଚଞ୍ଚକତା କରି କୋକସରା ବ୍ଲକର କୋକସରା, ଟେମରା, ଖଲିଗଡ଼, କର୍ଲଗୁଡା, ଘଣ୍ଟିଗୁଡା, ବୋବରିଆ, କୁଳେରଗୁଡା, ମାଝୀଗୁଡା, ଆମପାଣି, କନ୍ଦାଗଡ଼, ତେଣ୍ଡାପାଲି ଡୁମେରବାହାଲ, ଚିଲିଗୁଡା, ଗଡରାମାଲ, ମଧୁପୁର, କାଶିବାହଲ ଗ୍ରାମର ୬୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୫ ଜଣଙ୍କ ନାମରେ ଋଣ ଓ ୫୨ ଜଣଙ୍କ ନାମରେ ରି ଫାଇନାନ୍ସ କରି ସେମାନଙ୍କ ଫାଇନାନ୍ସ ବାବଦକୁ ୧୧ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାକୁ ନିଜେ ଆତ୍ମସାତ କରିଥିବା କରିଥିବା ନେଇ ଭାରତ ଫାଇନାନ୍ସ ସଂସ୍ଥା ପକ୍ଷରୁ କୋକସରା ଥାନାରେ ଅଭିଯୋଗ ହୋଇଛି। ଏଜେଣ୍ଟର ହେରାଫରି ଧରା ପଡିବା ପରେ ଭାରତ ଫାଇନାନ୍ସ ସଂସ୍ଥାର ବଲାଙ୍ଗୀର ୟୁନିଟ ମ୍ୟାନେଜର ଶଶୀ ଭୂଷଣ ସାହୁ ଗତ ୨୯ ତାରିଖରେ କୋକସରା ଥାନାରେ ଯୁବକ ରାକେଶ ଦୁର୍ଗାଙ୍କ ନାମରେ ଏତଲା ଦାୟର କରିବା ପରେ କୋକସରା ପୁଲିସ ତ୍ୱରିତ ପଦକ୍ଷେପ ନେଇ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ତା ନିକଟରୁ ଋଣ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ମୋବାଇଲ, କିଛି ଜମାଖାତା ପୁଲିସ ଜବତ କରିଛି। ପୁଲିସ ତଦନ୍ତ ରେ ଘଟଣା ରେ ଯୁବକ ରାକେଶ ଦୁର୍ଗା ସମ୍ପୃକ୍ତି ସ୍ପଷ୍ଟ ହେବାପରେ ଅଭିଯୁକ୍ତ ଯୁବକକୁ କୋକସରା ଥାନା କେଶ ନମ୍ବର ୨୬୫/୨୨ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି।
previous post