ବାଲେଶ୍ଵର,୨୦/୧୧/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଡିଆ ନିକଟ ଡାଲଙ୍ଗ ଗ୍ରାମରେ ଏମିତି ଏକ ରୋଗ ବାହାରିଛି କେହିବି ଚିହ୍ନି ପାରୁନାହାନ୍ତି, ଏହି ଅଚିହ୍ନା ରୋଗରେ ୨ ଗୋରୁଗାଈ ମୃତ୍ୟୁ ବରଣ କରିବା ସହିତ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଗୋରୁ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖିବାକୁ ମିଳିଛି । ପ୍ରଥମେ ଗୋରୁଙ୍କ ଦେହ ଓ ଗୋଡରେ ଚେକଡା ଚେକଡା ଫୁଲି ଯାଉଛି । କିଛି ସମୟ ପରେ ଶୋଇ ରହୁଛି ଏବଂ କିଛି ଖାଦ୍ୟ ଗ୍ରହଣ କରୁନାହିଁ । କିଏ କହୁଛି ବସନ୍ତ ତ ଆଉ କିଏ କହୁଛି କରୋନା । ଏମିତି କିଏ କେତେ କହୁଛନ୍ତି, ହେଲେ ପଶୁ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାରୁ ଡାକ୍ତର କହିଛନ୍ତି ଏହା ଏକ ଅଜଣା ରୋଗ । ଏଥିପାଇଁ କୌଣସି ଔଷଧ ବାହାରି ନାହିଁ । ତଥାପି ଏହି ଅଜଣା ରୋଗରେ ଆକ୍ରାନ୍ତ ଗୋରୁଗାଈଙ୍କ ଚିକିତ୍ସା ପାଇଁ ଚେଷ୍ଟା ଜାରି ରହିଛି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।