ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହିନ୍ଦୁ ସଂଗଠିତ ନହେଲେ ସମ୍ବିଧାନ ମଧ୍ୟ ରକ୍ଷା କରିପାରିବ ନାହିଁ – ସ୍ୱାମୀ ଜୀବନ ମୁକ୍ତାନନ୍ଦ

ରାଉରକେଲା – କାଶ୍ମୀର ଠାରୁ କୈରାନା ଯାଏ ଦିନକୁଦିନ ହିନ୍ଦୁ ମାନଙ୍କ ପଳାୟନ ଜାରୀ ରହିଥିବା ବେଳେ ଏ ଦେଶର ବିଭିନ୍ନ ଭାଗରେ ହିନ୍ଦୁ ମାନଙ୍କ ଜୀବନଧାରା ଦୁର୍ବିସହ ହେଉଛି । ଯେଉଁଠି ହିନ୍ଦୁ ମାନଙ୍କ ସଂଖ୍ୟା ହ୍ରାସ ପାଉଛି, ସେଠି ହିନ୍ଦୁ ହତ୍ୟା, ବଳାତ୍କାର ତଥା ଅମାନୁଷିକ ଅତ୍ୟାଚାରର ଶିକାର ହେଉଛି । ଅନ୍ୟପକ୍ଷେ ଆଇନ କାନୁନ, ବ୍ୟବସ୍ଥା ସର୍ବୋପରି ସମ୍ବିଧାନ ମଧ୍ୟ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହେଉଛି । ତେବେ ହିନ୍ଦୁସ୍ତାନ ନାମରେ ପରିଚିତ ଭାରତରୁ ହିନ୍ଦୁ ଆଉ କେତେଦିନ ପଳାୟନ କରିବ ? ନିଜ ଭିଟାମାଟିରେ ହିନ୍ଦୁ ଆଉ କେତେଦିନ ତୃତୀୟ ନାଗରିକ ଭଳି ଅଭିଶପ୍ତ ଜୀବନ ଅତିବାହିତ କରିବ ? ଏକଥାକୁ ବିଚାର କରିବାର ଉପଯୁକ୍ତ ସମୟ ଉପନୀତ ହୋଇଛି । ତେଣୁ ସମୟ ଆସିଛି ଛୁଆଁ ଅଛୁଆଁ ଭେଦଭାବକୁ ମୁଳୋତ୍ପାଟନ କରି ସଶକ୍ତ ଓ ସଂଗଠିତ ହିନ୍ଦୁ ସମାଜ ନିର୍ମାଣ ନିମିତ୍ତ ଆଗଭର ହେବାର । ନଚେତ ସମ୍ବିଧାନ ମଧ୍ୟ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ । ଆଜି ସଦର ବ୍ଲକ ଅନ୍ତର୍ଗତ ବିରବିରାକୁ ଆସିଥିବା ବେଳେ ଏକ ସାମ୍ବାଦିକ ସମ୍ବିଳନୀକୁ ସମ୍ବୋଧିତ କରି ଏଭଳି ମତ ରଖିଛନ୍ତି ବିଶ୍ୱହିନ୍ଦୁ ପରିଷଦର ଜାତୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ । ଏହି ଅବସରରେ ପୁରୀ ଆହୁରି କହିଛନ୍ତି ଯେ, ଓଡିଶାରେ ୧୯୬୦ ମସିହାରୁ ଗୋ-ହତ୍ୟା ଓ ୧୯୬୭ ମସିହାରୁ ଧର୍ମାନ୍ତରୀକରଣ ବିରୁଦ୍ଧରେ ସଶକ୍ତ ଆଇନ ଥିଲେ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁଦିନ ଯେଭଳି ପରିମାଣରେ ଗୋ-ହତ୍ୟା ଓ ଧର୍ମାନ୍ତରୀକରଣ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଜିଲ୍ଲାରେ ଖୁଲମଖୁଲା ଗୋ-ହତ୍ୟା ହୋଇ ଶାଗମାଛ ଭଳି ଗୋ-ମାଂସ ବିକ୍ରି ହେଉଥିବା ବେଳେ ଭୟ, ଅନ୍ଧବିଶ୍ୱାସ ଓ ପ୍ରଲୋଭନ ଦେଖାଇ ଶାନ୍ତ ସରଳ ହିନ୍ଦୁ ମାନଙ୍କୁ ବଳପୂର୍ବକ ଧର୍ମପରିବର୍ତ୍ତନ କରାଯାଉଛି । ତେବେ ରାଜ୍ୟରେ ସଶକ୍ତ ଆଇନ ସତ୍ତ୍ୱେ ଏସବୁ ବେଆଇନ କାର୍ଯ୍ୟକୁ ରୋକିବା ପରିବର୍ତ୍ତେ ଜିଲ୍ଲା ପୋଲିସ ଓ ପ୍ରଶାସନ ଓଲଟା ଏହାକୁ ନୀରବ ସମର୍ଥନ କରୁଛି । ଯଦି ଦଳ ମତ ନିର୍ବିଶେଷରେ ଏହାକୁ ବିରୋଧ କରାନଯିବ ତାହେଲେ ଆଉ କିଛିଦିନ ପରେ ସୁନ୍ଦରଗଡ଼ ଜିଲାରୁ ମଧ୍ୟ ହିନ୍ଦୁ ପଳାୟନ ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲା ପ୍ରଶାସନକୁ ଚେତାଇ ଦେଇଥିଲେ । ତାସହିତ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ବିଶ୍ୱହିନ୍ଦୁ ପରିଷଦର ସଂଗଠନକୁ ବିସ୍ତାର କରି ସମୃଦ୍ଧ ଓ ସଶକ୍ତ ହିନ୍ଦୁ ସମାଜ ନିର୍ମାଣ ଦିଗରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା ସେ ପ୍ରକାଶ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡଃ ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ ଉନ୍ମୋଚନ

Sunil Chandra Nayak

ଟେମରୀ ଗ୍ରାମ ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାର୍ଥିନୀମାନଙ୍କର କଡା ଟକ୍କର

Sunil Chandra Nayak

ବିଷ ପିଇ ବିବାହିତା ମହିଳା ଙ୍କ ଆତ୍ମହତ୍ୟା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort