ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ
ଧର୍ମଗଡ:୨୮/୧୧/୨୨:ଓଡିଶା ସ୍ବାସ୍ଥ୍ୟ ବିଭାଗ ରେ କର୍ଯ୍ୟରତ ବହୁମୁଖି ସ୍ବାସ୍ଥ୍ୟ କର୍ମୀ ଓ ପରିଦର୍ଶକ ମାନେ କ୍ରମାଗତ ଭାବେ ସରକାରୀ କ୍ଷେତ୍ରରେ ଅବହେଳିତ ହେଉଥିବା ଅଭିଯୋଗ କରିଛନ୍ତି । ସରକାର ଏମାନଙ୍କ ଦାବୀ ଗୁଡିକ ପୁରଣ କରିବା ପରିବର୍ତ୍ତେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସଂଘ ଅଭିଯୋଗ କରିଛି । ଫଳ ରେ ସ୍ବାସ୍ଥ୍ୟକର୍ମୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଇଛି। ସୋମବାର ଏନେଇ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶିକାମାନେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପାଞ୍ଚ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଦାବି ପୂରଣ ପାଇଁ ଆସନ୍ତା ଡ଼ିସେମ୍ବର ୭ତାରିଖରୁ ସପ୍ତାହ ପର୍ଯ୍ୟନ୍ତ କଳା ବ୍ଯାଚ ପରିଧାନ କରାଯିବ। ସପ୍ତାହକ ମଧ୍ୟରେ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪/୧୨ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଧମକ ଦିଆଯାଇଛି। ଦାବି ଗୁଡ଼ିକ ହେଉଛି ଠିକା ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୩ର ଜି ଏ ଓ ପି ଜି ବିଜ୍ଞପ୍ତି ରଦ୍ଦ କରି ଠିକା କର୍ମଚାରୀମାନଙ୍କ ନିଯୁକ୍ତି ସମୟକୁ ହିସାବ କରି ତଦନୁଯାୟୀ ଇନକ୍ରିମେଣ୍ଟ ପ୍ରଦାନ,ପୋଷାକ ବାବଦକୁ ୫୦୦୦ଟଙ୍କା ଭତ୍ତା ପ୍ରଦାନ, ଚାକିରୀ କାଳ ମଧ୍ୟରେ ଅତି କମରେ ୪ଟି ପଦୋନ୍ନତି ଏବଂ ଗ୍ରେଡ ପେ ୪୨୦୦-୪୬୦୦-୪୮୦୦ରୁ ଆରମ୍ଭ କରିବା ଆଦି ଉଲ୍ଲେଖ ରହିଛି। ପୂର୍ବରୁ ମଧ୍ୟ ଗତ ୨୦୨୧ଜାନୁୟାରୀରେ ସଂଘ ଅସହଯୋଗ ଡାକରା ଦେବା ସହ କରୋନା ଟୀକା ନେବାକୁ ମନା କରିଦେଇଥିଲା। କିନ୍ତୁ ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଦାବି ପୂରଣ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ପ୍ରତିଶ୍ରୁତି ଦେବା ପରେ ସ୍ଵାସ୍ଥ୍ୟ କର୍ମଚାରୀମାନେ କରୋନା ଟୀକା ଗ୍ରହଣ କରିଥିଲେ। କିନ୍ତୁ ଇତିମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ବି ବିଭାଗରୁ ଫାଇଲ ଇଞ୍ଚେ ହଲିନାହିଁ ବୋଲି ସଂଘ ଅଭିଯୋଗ କରିଛି। ସଂଘ ତରଫରୁ ବିମଳ ତାଣ୍ଡି,ଦିବ୍ଯଲତା ଦିପ, ଗୋପାଳ ନାଏକ,ଗିତା ବେହେରା,ଅନିଲ ତାଣ୍ଡି, ଯୋଗଲାନ ନାଏକ, ଚନ୍ଦ୍ରମା ପଣ୍ଡା,ପୁନମ ନାଏକ, ଝୁନି ମଲ୍ଲିକ, କାମେଶ୍ଵରୀ ବେହେରା, କ୍ଷିତେଶ୍ଵରୀ ଜଗତ,ମଳୟ ଶବର, ଜୟନ୍ତୀ ରାଣୀ ଦାସ, ରାଜେଶ ନାଏକ,ମନ ନାଏକ ପ୍ରମୁଖ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍