ପାପଡାହାଣ୍ଡି,28/11, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଜରିଆରେ ସୋମବାର 5 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା | ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ଶାଖା ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ରେ 5 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତି ହୋଇ ଭାରପ୍ରାପ୍ତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦିଲୀପ କୁମାର ସାମଲ କୁ ପ୍ରଦାନ କରାଯାଇଛି | ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡର ପୁନଃଗଠନ,2020 ନଭେମ୍ବର 3 ତାରିଖରେ ପ୍ରକାଶିତ ବିଜ୍ଞପ୍ତି ପ୍ରତ୍ୟାହାର, ଠିକା କର୍ମଚାରୀ କୁ ନିୟମିତ କରିବା, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ପଦବି ର ନାମ ପରିବର୍ତ୍ତନ ,ପୋଷାକ ଭତ୍ତା ବାର୍ଷିକ 5 ହଜାର ଟଙ୍କା ପ୍ରଦାନ ଦାବି ଏହି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି | ଯଦି ଏହି ସବୁ ଦାବି ପୂରଣ ନହେଲେ ଆସନ୍ତା ଡିସେମ୍ବର 14 ତାରିଖରେ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ସଙ୍ଗ ପକ୍ଷରୁ ଚେତାବନୀ ଦିଆଯାଇଛି | ଏହା ସ୍ୱତେ ବି ଆସନ୍ତା 21 ତାରିଖ ସୁଦ୍ଧା ଦାବି ପୂରଣ ନହୁଏ ତେବେ ଆସନ୍ତା ମାସ 22 ତାରିଖ ରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି | ଦାବିପତ୍ର ପ୍ରଦାନ ସମୟରେ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ବ୍ଲକ ସଭାପତି ନୁରଜାହାନ ଖାନ, ଅଧକ୍ଷ ଅନନ୍ତ ଚରଣ ରଥ, ସମ୍ପାଦକ ଝାନ୍ସୀ ପୂଜାରୀ, କ୍ରିଷ୍ଣା ସାମଲ, ମନରୋମା ଦେଇ, ସାନ୍ତୁନୁ ପାତ୍ର, ଜିତେନ୍ଦ୍ର ଭତରା, ଚନ୍ଦନ ପାତ୍ର, ପ୍ରମିଳା ସାମଲ ପ୍ରମୁଖ ସହ ଅନ୍ୟମାନେ ଉପସ୍ଥିତ ଥିଲେ।
ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍