କୋକସରା,୭/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡ଼ା ଖେଳ ପଡିଆରେ ଲଙ୍କେବସ୍ତରୀ ଯୁବକ ସଙ୍ଘ ପକ୍ଷରୁ ମଙ୍ଗଳବାର ୬ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ଟେମରା ପଞ୍ଚାୟତ ସରପଞ୍ଚ କ୍ଷିତିରାମ ପାତ୍ର ମୁଖ୍ୟ ଅତିଥି, ସମିତି ସଭ୍ୟା ଅନୁସୂୟା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନୀ ର ପ୍ରାରମ୍ଭିକ ମ୍ୟାଚ ଜଳତାମୁଣ୍ଡା ଓ ଟେମରା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୧/୦ ଗୋଳରେ ଟେମରା ବିଜୟୀ ହୋଇଥିଲା । ଦ୍ବିତୀୟ ମ୍ୟାଚ ବଙ୍ଗୋମୁଣ୍ଡା ଓ ନୂଆଗାଁ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ମ୍ୟାଚ ଜିତି ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛି। ଉଦଘାଟିତ ଫୁଟବଲ ଖେଳକୁ ଖେଳ ଶିକ୍ଷକ ତାପସ ଦାସ , ଲାଇନମେନ ଭୁପେନ୍ଦ୍ର ଗୋପାଳ ଓ ଗୋବର୍ଦ୍ଧନ ମାଝୀ ପରିଚାଳନା କରିଥିଲେ।ଯୁବକ ସଙ୍ଘର ଟୋପେଶ୍ୱର ମାଝି, ଆଶିଷ ରଞ୍ଜନ ମାଝୀ, କୁମୁଦ ମାଝୀ, କିଶୋର ଚନ୍ଦ୍ର ଦଳପତି, ମୁକେଶ କୁମାର ସାହୁ, ବିରଞ୍ଚି ରଣା, ଦୟାନିଧି ପଟେଲ, ସୁଧୀର ରଣା, ଅଖିଳ ପଟେଲ ପ୍ରମୁଖ କର୍ମକର୍ତ୍ତା ଉଦଘାଟନୀ ଫୁଟବଲ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।
previous post
next post