ଜୁନାଗଡ଼ ,୭/୧୨(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ଜୈନେକ୍ ଯୁବକ ହାଇବା ଧକାରେ ମୃତ୍ୟୁ ଘଟିଛି l ପ୍ରକାଶ ଯେ ମଙ୍ଗଳ ବାର ରାତି ରେ ମଥୁରା ଗ୍ରାମର ବଳଦେବ ବାଗ ଛିଲିପା ମାଲ ଗ୍ରାମରୁ ନିଜ ଘରକୁ ମଟରସାଇକେଲ ନମ୍ବର ଓଡ଼ି ୦୮ଈ ୦୮୩୯ ରେ ଫେରୁ ଥିଲେ l ହେଲେ ମହିଚଲା ଗ୍ରାମ ନିକଟ କ୍ରସର୍କୁ ଯିବା ରାସ୍ତା ଜାତୀୟ ରାଜପଥ ଉପରେ ଏକ ସIମାନ ବୋଝେଇ ହାଇୱ। ରହିଥିଲା ଫଳରେ ବଳଦେବ ଜାଣି ନ ପାରି ଗାଡ଼ି ସହ ପିଟି ହେଲେ l ଖବର ପାଇ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଜୁନାଗଡ଼ ଡାକ୍ତର ଖନା କୁ ସ୍ଥାନlତର କରାଯାଇ ଥିବାବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତକଙ୍କ ଭାଇ ଟୁନା ବାଗ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ବେଆଇନ ଭାବେ ଗାଡ଼ି ରଖିବାରୁ ଭାଇର ଜୀବନ ଯାଇଥିବା କୁ ନେଇ ଲିଖିତ ଅଭିଯୋଗ କରିଛନ୍ତି l ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ମୃତ ଦେହ ହସ୍ତାନ୍ତର କରିଛି l ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରୀ ରଖିଥିବା ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରକାଶ କରିଥିବା ବେଳେ ପରିବାର ଲୋକ ନ୍ୟାୟ ତଥା କ୍ଷତି ପୂରଣ ପାଇଁ ପୋଲିସ ପାଖରେ ଦାବି ଜଣାଇଛନ୍ତି l ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଅନେକଙ୍କ ମଧ୍ୟରେ ପ୍ରଶ୍ନ ବାଚି ସୃଷ୍ଟି କରିଛି l ପରିବାର ର ବଳଦେବ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ୨ପୁଅଝିଅ ଓ ସ୍ତ୍ରୀ ଅଛନ୍ତି l