Uncategorizedସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା ମାର୍ଗସିର ଗୁରୁ ବାର by Sunil Chandra NayakDecember 8, 2022059 Share1 ମାର୍ଗସିର ଗୁରୁ ବାର ସୁରେଶ ଚନ୍ଦ୍ର ପାଢୀ ମାର୍ଗ ସିରେ ଆସିଛି ତୋର ଗୁରୁ ବାର ଗୁରୁ ବାରେ ମା ଲୋ ପୂଜା ହୁଏ ତୋହର ଅରୁଆ ଚାଉଳକୁ ବାଟିଅଛି ରଖି ପଦ୍ମ ଫୁଲରେ ଚିତାକୁ ଦେଇଛି ଲେଖି ମହକି ଯାଉଛି ମୋର ଦାଣ୍ଡ ଦୁଆର ମାର୍ଗ ସିରେ ଆସିଛି ତୋର ଗୁରୁବାର ସରୋବରେ ପଦ୍ମ ଫୁଲ ଫୁଟି ଯାଇଛି ଶହେ ଆଠ ପଦ୍ମ ଫୁଲେ ମାଳ ଗୁନ୍ଥିଛି ଧୂପ ଦୀପ ଦେଇ ତୋର କରୁଛି ପୂଜା ଭୋଗ ଥାଳି ତୋର ପାଇଁ ହୋଇଛି ସଜା ମନ ଜାଣି ଫଳ ଦେବୁ ମାଆ ମୋହର ମାର୍ଗ ସିରେ ଆସିଛି ତୋର ଗୁରୁ ବାର ପାଦ ପଦ୍ମ ଚିତା ତୋର ଆଙ୍କି ଦେଇଛି ଗ୍ରାମେ ଗ୍ରାମେ ବୁଲୁ ତୁହି ମୁହିଁ ଜାଣିଛି ଦରଶନ ଦେବୁ ମାଆ ଥରୁଟେ ଆସି ଭାବରେ ନେବୁ ମାଆ ମୋ ମନ ତୋଷି ଆକୁଳେ ଡାକୁଛି ମାଲୋ ଦେଇ ଅନ୍ତର ମାର୍ଗ ସିରେ ଆସିଛି ତୋର ଗୁରୁ ବାର ବୁଗୁଡ଼ା, ଗଞ୍ଜାମ