ଦାରିଦ୍ର୍ୟ ଭଞ୍ଜନୀ ମା ଗୋ କମଳିନୀ
ଦାରିଦ୍ର୍ୟ ଭଞ୍ଜନୀ ମା ଗୋ କମଳିନୀ
ଜଗତେ କଲ୍ୟାଣ କର ମା ଜନନୀ ।
ଜୟ ମା ଲକ୍ଷ୍ମୀ ହେ ସାଗର ନନ୍ଦିନୀ
ତୁମ ଭକ୍ତିରେ କର ମୋତେ ବନ୍ଦନୀ ।
ନାହିଁ ତ ତୁମର କିଛି ଜାତି, ବର୍ଣ୍ଣ
ସଭିଙ୍କ ଉଦର କର ତୁମେ ପୂର୍ଣ୍ଣ ।
ଢାଳି ଦିଅ ତୁମ ମମତାର ଧାରା
ପ୍ରୀତିମୟ ହେଉ ଏ ସଂସାର ସାରା ।
ଦେଇ ପଦ୍ମ ଫୁଲ ଚରଣେ ତୁମର
ଶରଣ ମୁଁ ପଶୁଛି ଲକ୍ଷ୍ମୀ ମା ମୋର ।
ଦୁଃଖ କଷ୍ଟ ସବୁ କରି ମା ହରଣ
ସୁଖ,ଶାନ୍ତି,ସମ୍ବୃଦ୍ଧି କର ପ୍ରଦାନ ।
ପାଦ ତୁମ ପଡୁ ମୋର କୁଡ଼ିଆରେ,
ଘୋଡାଇ ରଖ ମା ତୁମ ପଣତରେ ।।
© ସସ୍ମିତେଶ ସାହୁ
ଶଙ୍ଖଚିଲା, ଯାଜପୁର