ଥୁଆମୂଳ ରାମପୁର:୦୮/୧୨ – (ମ.ନି.ସ) :- ଅଲଓଡିଶା ଲେଡିଜ୍ ଓ୍ବାର୍କସ ଆସୋସିଏସନ ନିର୍ଦ୍ଦେଶ କ୍ରମେ ଗତ ୨୧/୧୧/୨୦୨୨ ତାରିଖ ଦିନ ଠାରୁ କାର୍ଯ୍ଯ ବନ୍ଦ ଆନ୍ଦୋଳନ ର ଦୀର୍ଘ ୧୮ ଦିନ ବିତିଯାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଙ୍ଗନଓ୍ବାଡି ଓ ସହାୟୀକା ମାନଙ୍କର କାର୍ଯ୍ଯ ବନ୍ଦ ଆନ୍ଦୋଳନ ଜାରିରହିଛି। ଯାହାଫଳରେ ଥୁଆମୂଳ ରାମପୁର ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଅଛି। ଏହି ଗୁରୁତ୍ୱ ପୂର୍ଣ୍ଣ ବିଭାଗ ହୋଇଥିବା ବେଳେ କେନ୍ଦ୍ରରେ ଗର୍ଭବତୀ, ପ୍ରସୂତୀ ଓ କୋମୋଳମତୀ ଶିଶୁ ମାନଙ୍କର ଶିକ୍ଷା ଦାନରେ ସମ୍ପୂର୍ଣ୍ଣ ଭାବରେ ଠଫ୍ ହୋଇଯାଇଛି। ଏହାଯୋଗୁଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗର୍ଭବତୀ, ପ୍ରସୂତୀ, ଶିଶୁ ମାନଙ୍କର ସେବା କାର୍ଯ୍ଯ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି। ଏହାଛଡା ଗର୍ଭବତୀ, ପ୍ରସୂତୀ ଓ ଶିଶୁ ଙ୍କ ଶୁଖିଲା ଖାଦ୍ୟ ଓ ରନ୍ଧନ ଖାଦ୍ଯ ପାଇବାରୁ ସେମାନେ ବଞ୍ଚିତ ରହିଛନ୍ତି। ସମାଜର ମୁଖ୍ୟ କର୍ମଚାରୀ ଭାବରେ ଏମାନେ ଆଗ ଧାଡିରେ ରହିଛନ୍ତି, ଅଙ୍ଗନଓ୍ବାଡି କର୍ମଚାରୀ ଓ ସହାୟୀକ ମାନେ ଗୁରୁତ୍ୱ ପୂର୍ଣ୍ଣ ଭାବରେ ତାଙ୍କର କାର୍ଯ୍ଯ ତୁଲାଉଛନ୍ତି। ସେହି ପରିପ୍ରେକ୍ଷୀରେ ୧୮ ଦିନ ପୂର୍ଣ୍ଣ ହୋଇସାରିଛି ତଥାପି ସରକାରଙ୍କ ତରଫରୁ ଏହାର ସମାଧାନ କରିବା ଦିଗରେ କାହିଁକି ବିଳମ୍ବ କରାଯାଇଛି, ସେନେଇ ବିଭିନ୍ନ ମହଲରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି। ନିରୀହ କର୍ମୀ ଓ ସହାୟୀକା ମାନେ ଅଳ୍ପ ବେତନରେ ଅଧିକ କାମ ବୋଝେଇ କାର୍ଯ୍ଯ ତୁଲାଇ ଆସୁଥିବା କର୍ମଚାରୀ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଏହା ହିଁ ଦୁଃଖ ଓ ପରିତାପର ବିଷୟ ପାଲଟିଛି। ଓଡିଶା ସରକାର ଜନତା ଙ୍କ ସେବାରେ ଅହରହ କାର୍ଯ୍ଯ କରୁଛନ୍ତି ତେବେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟୀକା ମାନଙ୍କ ପ୍ରତି ଏପରି ନୀର୍ଦୟ ରହିବା ତାହା ଶୋଭା ପାଉନାହିଁ। ଅଙ୍ଗନଓ୍ବାଡି ଓ ସହାୟୀକା ଆଉ କେତେଦିନ ତାଙ୍କର ଦାବି ପୂରଣ ପାଇଁ ରାଜରାସ୍ତାରେ ବସିବେ ଓ ସରକାର କେବେ ତାଙ୍କର ଦାବି ଗୁଡିକକୁ ପୂରଣ କରିବେ, କେବେ କେନ୍ଦ୍ର ଗୁଡିକ ଖୋଲାଯିବ ଆଉ ପ୍ରସୂତୀ, ଗର୍ଭବତୀ, ଶିଶୁ ମାନେ ଅନ୍ଯାନ୍ଯ ସେବା ପାଇପାରିବେ ତାହା ସମୟ କହିବ ସେହି ସମୟକୁ ହଁ ଅପେକ୍ଷା କରିବାକୁ ପଡିବ।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ