ଲଘୁ ଖଣିଜ ଦ୍ରବ୍ୟ ଚୋରା ବେପାରୀଙ୍କ ଉପରେ କେସିଙ୍ଗା ତହସିଲ ପକ୍ଷରୁ କଡ଼ା ନଜର ରଖାଯାଇ ଜରିମାନା ଆଦାୟ ଯୋଗୁଁ ବେଆଇନ ଚାଲାଣ କାରୀ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କରଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ରାଜସ୍ୱ ନିରୀକ୍ଷକ ବେଆଇନ ଭାବେ ଚାଲାଣ କରୁଥିବା ମେଟାଲ ଭର୍ତ୍ତି ଦୁଇଟି ଟ୍ରାକ୍ଟରକୁ ଜବତ କରିବା ସହ ୩୦ ହଜାର ୬୦୦ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି।ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା
previous post