ରାଉରକେଲା/ ଓଡିଶା ସିତୋ-ରିଓ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆ ର ପ୍ରମାଣ ପତ୍ର ଓ ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ ସେକ୍ଟର ୧୮ସ୍ଥିତ ଇସ୍ପାତ ଗୁରୁଦ୍ବାରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କରାଟେ ର ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀ ଙ୍କୁ ବିଭିନ୍ନ ରଂଗର ବେଲ୍ଟ ପ୍ରଦାନ କରାଯାଇଥିଲା। ଶିକ୍ଷାର୍ଥୀ ମାନେ କାତା,ସାଇଟ୍ ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଅତିଥି ଶ୍ରୀ ରାଉତ ଏହି ଅବସରରେ ବକ୍ତବ୍ଯ ରଖି କହିଲେ ଯେ କରାଟେ ଶିଖିବା କୌଶଳ ଆଜିକାଲି ପାଇଁ ଆବଶ୍ୟକତା ହୋଇଯାଇଛି। ଏହା କେବଳ ଆତ୍ମରକ୍ଷା ପାଇଁ ଆବଶ୍ୟକତା ହୁଏ ନାହିଁ ବରଂ ମାନସିକ ସହ ଆତ୍ମବିଶ୍ବାସ ବଢାଇବାରେ ସହାୟକ ହୁଏ। ଏହି କାର୍ଯ୍ୟକ୍ରମ ରେ କରାଟେ ମାଷ୍ଟର ଧର୍ମେନ୍ଦ୍ର ସିଂହ, ଶମ୍ଭୁ କୁମାର ଗୁପ୍ତା, ସନ୍ଦିପ ସାଗର, ଇପ୍ସିତା ରାଣୀ, ଅନିକେତ ଶ୍ରୀବାସ୍ତବ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲା ବେଳେ ୧୬ଜଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ଓ ବେଲ୍ଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶିକ୍ଷାର୍ଥୀଙ୍କ ସହ ଅଭିଭାବକ ମାନେ ଉପସ୍ଥିତ ଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।
previous post