ଥୁଆମୂଳ ରାମପୁର : ୧୦/୧୨ – (ମ.ନି.ସ) :- ସ୍ବାଧୀନତା ସଂଗ୍ରାମୀ ରେଣ୍ତୋ ମାଝୀ ଙ୍କ ୧୬୭ ତମ ସହିଦ୍ ଦିବସ ପାଳନ ଅବସରରେ ଥୁଆମୂଳ ରାମପୁର ବ୍ଳକର ଆଦିବାସୀ ସଂଘ ତରଫରୁ ଆଜି ଯଥା ୧୦/୧୨/୨୦୨୨ ତାରିଖ ଶନିବାର ଦିନ ମାଁ ମାଣିକେଶ୍ବରୀ ପୀଠରୁ ଏକ ବିରାଟ ସଭାଯାତ୍ରାରେ ବାହାରି ଭବାନୀପାଟଣା ଟାଉନ ହଲ ଠାରେ ପହଞ୍ଚିବା କାର୍ଯ୍ଯକ୍ରମ ରହିଛି। ଏହି ଶୋଭାଯାତ୍ରାରେ ଥୁଆମୂଳ ରାମପୁର ବ୍ଳକର ଆଦିବାସୀ ସଂଘର ସଭାପତି ଶ୍ରୀ ସନାତନ ମାଝୀ, ଉପସଭାପତି ଶ୍ରୀ କ୍ରିଷ୍ଣା ମାଝୀ, ସାଧାରଣ ସମ୍ପାଦକ ଶ୍ରୀ ଘାସିରାମ ମାଝୀ, ସହ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମାଝୀ, କୋଷାଧ୍ୟକ୍ଷ ଶ୍ରୀ ଗୁରୁବାରୁ ମାଝୀ ସମେତ୍ ସଭ୍ଯ ମାନଙ୍କ ମଧ୍ୟରେ ଶ୍ରୀ ରୁକ୍ତା ମାଝୀ, ଶ୍ରୀ ଯୋଗେଶ୍ବର ମାଝୀ, ଶ୍ରୀ ସନ୍ତୋଷ କୁମାର ମାଝୀ, ଶ୍ରୀ ଗୁଣି ମାଝୀ, ଶ୍ରୀ ଭୀମସେନ ମାଝୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଦିବାସୀ ଙ୍କ ପାରମ୍ପରିକ ସଲପ ନିଶାନ ବାଦ୍ଯ ସହକାରେ ସହ ସହ ସଂଖ୍ୟାରେ ଆଦିବାସୀ କର୍ମକର୍ତ୍ତା ଏହି ଶୋଭାଯାତ୍ରାରେ ସାମିଲ ହୋଇ ଭବାନୀପାଟଣା ଅଭିମୁଖେ ଯାଇ ଟାଉନ ହଲ ଠାରେ ହେବାକୁ ଥିବା ସହିଦ ରେଣ୍ତୋ ମାଝୀ ଙ୍କ ସହିଦ ଦିବସ ପାଳନ ହେବାକୁ ଥିବା କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରିବେ।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ