କାମାକ୍ଷାନଗର(ମନିସ)11/12/ଢେ଼ଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧୀନସ୍ତ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ଜିରିଡ଼ାମାଳି ଗାଁ ନିକଟରେ ଏକ ହାତୀ ପଲ ଜଙ୍ଗଲରୁ ଆସି ଧାନ ଫସଲ ନଷ୍ଟ କରୁଥିବା ଦେଖା ଦେଇଛି l ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଭାଲେଣି ପଡ଼ି ଗଲାଣି lକେମିତି ଧାନ ଫସଲ ଅମଳ କରିବୁ, ବର୍ଷ ସାରା ଧାନ ଫସଲ ଚାଷ କରିଥିଲେ ଏବେ ଅମଳ କରିବାର ସମୟ ଏହି ସମୟରେ ଯଦି ହାତୀ ପଲ ଆସି ଧାନ ଫସଲ ନଷ୍ଟ କରନ୍ତି ତାହେଲେ ଚାଷୀ ଆତ୍ମହତ୍ୟା ଉଦ୍ୟମ ଆରମ୍ଭ କରିଦେବେ l କାରଣ ଚାଷୀମାନେ ଧାର କରଜ କିମ୍ୱା ଋଣ ଆଣିଚାଷରେ ଖଟେଇ ଥିଲେ l କିନ୍ତୁ ଅମଳ ହେବା ସମୟରେ ହାତୀ ପଲଙ୍କ ଉପଦ୍ରବରେ ଚାଷ ଫସଲ ନଷ୍ଟ l ଚାଷୀ ଏବେ ଚିନ୍ତାରେ ପଡିଲେଣି l ବନ ବିଭାଗ କର୍ମଚାରୀ ଏବେ ନିଘୋଡ଼ ନିଦରେ ଶୋଇଛନ୍ତି, ଯାହା ଫଳରେ ହାତୀପଲ ଏବେ ଗାଁ ମୁହାଁ ହେଲେଣି l ବନ ବିଭାଗ ହାତୀ ସ୍କାଡ଼ ରଖିଛନ୍ତି କାହା ଉଦ୍ଧେଶ୍ୟରେ ??
ହାତୀ ଘଉଡାଇବା ବଦଳରେ ସେମାନଙ୍କୁ ବନ ବିଭାଗ ଅଧିକାରୀ ଘରୋଇ କାର୍ଯ୍ୟ ରେ ନିୟୋଜିତ ହେଉଥିବା ଜଣାପଡୁଛି, ଯାହାକୁ ନେଇ ସର୍ବ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ଚାଷୀ ମାନେଫୋନ ଯୋଗେ ଯୋଗା ଯୋଗ କଲେ ଯାଇ ହାତୀ ଘଉଡାଇବା ପାଇଁ ଆସୁଛନ୍ତି, ତେଣୁ ଏଥିପାଇଁ ବନ ବିଭାଗ ଅଧିକାରୀ ଙ୍କ ଦୃଷ୍ଟି କେବେ ପଡୁଛି, ହାତୀ ସ୍କ୍ୱାର୍ଡ ମାନଙ୍କ ପ୍ରତି କେବେ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ