ମ.ରାମପୁର:୧୨/୧୨(ମସୀହା): କଳାହାଣ୍ଡି ଜିଲ୍ଳା ର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଅ ‘ ପରିବାର ତରଫରୁ ଅ ମହୋତ୍ସବ ମୁଡ଼ିଂ ପଂଚାୟତ ଅନ୍ତର୍ଗତ ଶାନ୍ତିବନର ପ୍ରାକୃତିକ ପରିବେଶ ମଧ୍ୟରେ ରବିବାର ଦିନ ଅନୁଷ୍ଠିତ ହେଇଯାଇଛି । ଏହି ଉତ୍ସବରେ ଅତିଥିମାନେ ଯୋଗଦେଇ କବିଟିଏ ଏକ ନିଷ୍ଠ ସାଧନାରେ ମଜ୍ଜି ରହୁ ବୋଲି ମତପୋଷଣ କରିଥିଲେ । ଅ ପତ୍ରିକା ର ପ୍ରତିଷ୍ଠାତା ସଭାପତି ନରେଶଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ସାମଜସେବୀ ଚିତ୍ତରଂଜନ ମଣ୍ଡଳ,ମୁଖ୍ୟ ବକ୍ତା ପ୍ରାଧ୍ୟାପକ,ନାଟ୍ୟକାର, ଗବେଷକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବରେ ମ.ରାମପୁର ସରପଂଚ ବୀଣାପାଣି ସାହୁ,ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଯୋଗଦେଇଥିବା ବେଳେ ସମାଜସେବୀ ସତ୍ୟ ନାରାୟଣ ସାହୁ ମଂଚ ପରିଚାଳନାକରିଥିଲେ । ଦ୍ୱିତୀୟ ଅଧିବେଶନରେ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ ଯୁବ କବି ହେମନ୍ତ ସାହୁ ଓ ରମାକାନ୍ତ ସିଂ ସାହାଣୀ । ଅତିଥିଭାବରେ ମଂଚାସୀନ ରହିଥିଲେ ପେଂଜୋରାଣୀ ର ସଂପାଦିକା ସଂଜିତା ପ୍ରଧାନ,କବି ଗଣପତି ନାୟକ,ସଂଜୀବ ନାଗ,ପ୍ରତାପ କେଶରୀ ସାହୁ ପ୍ରମୁଖ । ଯୁବ କବି ଡ଼ିଲେଶ୍ୱର ମିଶ୍ର, ସଂଗୀତା ମୋହନ ଗହୀର, ଗଣେଶ ଚନ୍ଦ୍ର ପୃଷ୍ଠି,ବାଦଲ ନନ୍ଦ,ଅଗ୍ନି କୁମାର ସାହୁ,ରମାକାନ୍ତ ସିଂ ସାହାଣୀ,ସ୍ୱପ୍ନା ବାରିକ,ସଂଯୁକ୍ତା ପୁରୋହିତ,ରଶ୍ମିତା ବାଗ,ସସ୍ମିତା ମହାଖୁଡ଼,ନେପାଳ ଘିଭେଲା,ହେମାଳ ବେଶ୍ରା,ଅରୁଣ ପ୍ରଧାନୀ,ପ୍ରମୋଦ ସାହୁ,ଝରଣା ପ୍ରଧାନୀ,ସୁଶାନ୍ତ ମିଶ୍ର, କବି ଦିନେଶ ଅଗ୍ରୱାଲା, ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲୋ ଏହି ଅବସରରେ କଳାହାଣ୍ଡିଆ ଶବ୍ଦ କୋଷର ଲେଖକ ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅ ପତ୍ରିକା ର ମୁଖ୍ୟ ସଂପାଦକ ତପନ କୁମାର ସାହୁ,ସଂପାଦକ ବିଶ୍ୱନାଥ ସାହୁ,ଯୁବକବି କାହ୍ନୁ ଚରଣ ସାହୁ,ଦୀପକ କୁମାର ସାହୁ,ରାକେଶ କୁମାର ଶତପଥୀ,ରିତେଶ କୁମାର ଶତପଥୀ,ଡ଼ାକ୍ତର ଲୋକନାଥ ସାହୁ,ନବୀନ ସାହୁ,ସନତ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l