ଜୁନାଗଡ଼,୧୧।୧୨(ମ ନି ସ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାତୀନଦୀ ପୋଲ ଜାତୀୟ ରାଜପଥ ୨୬ ରେ ଅଜଣା ଚାରି ଚକିଆ ଗାଡି ଧକ୍କାରେ ୨ ବାଇକ ଆରୋହୀ ଗୁରୁତର ହୋଇ ଚିକିତ୍ସା ଧୀନ ଅବସ୍ଥାରେ ମୃତୁ ହୋଇଯାଇଥିବା ଜଣାଯାଇଛି। ସେମାନେ ହେଲେ ଜୁନାଗଡ଼ ଥାନା ମାଟିଗାଁର ଟିଣ୍ଟୁ ନାଏକ ଓ ଅନ୍ୟଜଣେ ହେଲେ ବଳଦିଆମାଲ ଗ୍ରାମର ଦୁର୍ଯ୍ୟଟି ମେହେର ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ଜୁନାଗଡ଼ ଡାକ୍ତରଖାନା ଓ ପରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ,ହେଲେ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତୁ ହୋଇଥିଲା।ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଥିବା ଚାରି ଚକିଆ ଯାନ ଘଟଣା ସ୍ଥଳରୁ ଫେରାର ମାରିଥିବାବେଳେ ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।
previous post