ଥୁଆମୂଳ ରାମପୁର:୧୨/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୁଣୁପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ହାଡଖୋର୍ଷି ଗ୍ରାମରେ ଲକ୍ଷ୍ମୀ ପୂଜା ଅନ୍ତିମ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାତ୍ର ଉତ୍ସବ କାର୍ଯ୍ଯକ୍ରମ ରେ ଆମ ଆଦମୀ ପାର୍ଟି ଥୁଆମୂଳ ରାମପୁର ବ୍ଲକ ସଭାପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଥୁଆମୂଳ ରାମପୁର ବ୍ଲକ ମେଡ଼ିଆ କର୍ଡିନେଟର ଶ୍ରୀ ରମାକାନ୍ତ ନାଏକ, ଥୁଆମୂଳ ରାମପୁର ପଞ୍ଚାୟତ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କୃଷ୍ଣ ନାଏକ, ଥୁଆମୂଳ ରାମପୁର ବ୍ଲକ ଆକ୍ଟିଭ ମେମ୍ବର ତଥା ତଳଝାପି ପଞ୍ଚାୟତ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ନାଏକ, ହେମନ୍ତ ମାଝୀ, ସୁଶାନ୍ତ ନାଏକ, ବିପେନ୍ଦ୍ର ନାଏକ, ଜୟଲାଲ ନାଏକ, ପ୍ରମୁଖ ଯୋଗଦେଇଥିଲେ। ମାଁ ମହାଲକ୍ଷ୍ମୀ ପୂଜାର ଅନ୍ତିମ ଦିବସର ରାତ୍ରରେ ସାଂସ୍କୃତିକ କାର୍ଯ୍ଯକ୍ରମ ବହୁ ଆଡମ୍ବରରେ ପୂଜା କମିଟିର ସହଯୋଗ ରେ ଆୟୋଜନ କରାଯାଇଥିଲା। ଲକ୍ଷ୍ମୀ ପୂଜା ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଥିବା ଜଣାପଡିଛି। ମାଁ ଲକ୍ଷ୍ମୀଙ୍କର ପୂଜାର ଉଦ୍ଦେଶ୍ୟକୁ ନେଇ ସମ୍ମାନିତ ଅତିଥି ମାନେ ନିଜ ନିଜ ଅଭିଭାଷଣ ରଖିଥିଲେ।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ