l l l ଗହ୍ମlପୁନେଇଁରେ ମାଇଁ ମାଇଁ l l l
ଜୟ କୁମାର ମିଶ୍ର
ଅକାଳେ ନାହିଁକି, ସକାଳେ ନାହିଁ
ଗହ୍ମlପୁନେଇଁରେ ମାଇଁ ମାଇଁ,
ଭଣଜା ଡାକୁଛି, ସରାଗ କରୁଛି
ସୁବିଧାବାଦୀ ଟି ହୋଇ ll
ମାଇଁ ମଲେ ଗଲେ, ଦୁଃଖ କଷ୍ଟ ବେଳେ,
ମନ ପଡିଲାନି ସେହି,
ଇଡ଼ିଲି ଅଥାର, ସିଝିବା ଖବର
ପବନ ଦେଲାଟି କହି ll
ଲୋଭେ ଜଡ଼ସଡ, ବହେ ଲାଳ ବଡ଼
ଲଭିବାର ଆଶା ବେଶି,
ମାଇଁ ହାତ ଭାତ, ସୁଆଦ ବହୁତ
ମନ ପଡେ ଦିବା ନିଶି ll
ଆଜି ମାଇଁ ଭଲ, ଅତୁଲ ସେ ମୂଲ
ସତେକି ସରଗ ଚାନ୍ଦ,
କେତେ ଯେ ପ୍ରଶଂସା, ଟେକପଣ ଭାଷା
ଶୁଣୁଛି ଅମୃତ ପଦ ll
ଅଖୋଜା ଅଲୋଡ଼ା, ଅପବାଦ ଗଢ଼ା
ନିନ୍ଦା ଅପନିନ୍ଦା କେତେ,
ଆଡ ଆଖିରେତ, ଚାହିଁଲାନି ନେତ୍ର
ଗରବ ଗାରିମା ମତେ ll
କଲା କିଏ କଳି, ଦେଇ ବହୁଗାଳି
ଡେଇଁ ସୀମା ରଖା କେତେ,
ଭୁଲିଲା ସମ୍ପର୍କ, ଦେଲା ବହୁ ଦୁଃଖ
ଗଢ଼ପୀଢ଼ ଇଚ୍ଛା ମତେ ll
କନ୍ଦାଇ କନ୍ଦାଇ, କରିଲା କେ ବାଇ
ବାଢ଼ି ପ୍ରତିପତ୍ତି, ଗୀର,
ଦେଲା କେତେ ଭୟ, କରିଲା ଅଥୟ
(ଭୁଲି)ମଣିଷ ପଣିଆ ତାର ll
ଶୁଭ ଅଶୁଭରେ, ବିପତ୍ତି ବେଳାରେ
କାନ ମନ ଗଲା ଭୁଲି,
ରାଗ ପଉରଷ, କରିଲା ବେହୋସ
ଅହଂକାରେ ମତ୍ତ ଖାଲି ll
ବୟସ ସମୟ, ଧନ ଯଉବନ
ଅନ୍ଧ କରିଥିଲା କାଳେ,
ସମ୍ପର୍କ, ସମ୍ମାନ, ନପଡିଲା ମନ
ଏକ ଛତ୍ରପତି, ବଳେ ll
ସମୟ ସୁଅରେ, ପରିବର୍ତ୍ତନ ବାରେ
ଦୁଃଖ, ସୁଖ ଖେଳଘର,
ନିୟତି, ବିଧାତା, ସବୁରି ନିର୍ମାତା
ଦମ୍ଭ କଲା ଚୁରୁମାର ll
ଆଜି ଖୋଜା ଲୋଡ଼ା, ମାଇଁ ପାଶେ ଛିଡା
ସମୟକୁ ଦେଖି ଚାହିଁ,
ଏ ବଡ଼ ନାଟକ, ଏତ ଧର୍ମ ବକ
ଚିହ୍ନlହୁଏ ଦୁରୁ କେହି ll
ଜୟ କୁମାର ମିଶ୍ର
ଗ୍ରାମ-ବୁଦୁରା ଡାକ-ଗୋରିବନ୍ଧା,
ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି