ଭାଷାକୁଇ ଭାଷା ସାହିତ୍ୟ ସମିତି କୁଇଦିନା କନ୍ଧମାଳ,ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ଘୁ.ଉଦୟଗିରି, କୁଇ ସମାଜ ସେବା ସମିତି ଫୁଲବାଣୀ,କୁଇକୁଳ ସମିତି ବାଲିଗୁଡା, କୁଇ ସମାଜ ଯୁବ ପରିଷଦ କନ୍ଧମାଳ, ଆଦିବାସୀ କର୍ମଚାରୀ କଲ୍ୟାଣ ସଙ୍ଘ ଫୁଲବାଣୀ ସମସ୍ତ ସଙ୍ଗଠନ ର ମିଳିତରେ କୁଇ ଭାଷାର ଉନ୍ନତି ଓ କୁଇ ଲିପିର ଚୂଡାନ୍ତ ନିର୍ଣ୍ଣୟ କରିବା ପାଇଁ ଫୁଲବାଣୀ ସଦର ମହକୁମା ସ୍ଥିତ ସେନାପତି ରେସିଡେନ୍ସି ଠାରେ ତା ଡ଼ିସେମ୍ବର ୧୦ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଉକ୍ତ କର୍ମଶାଳା ରେ କୋରାପୁଟ,ରାୟଗଡା,ଗଜପତି, ଗଞ୍ଜାମ, ନୟାଗଡ଼, ଜିଲ୍ଲା ରୁ କୁଇ ବୁଦ୍ଧିଜୀବୀ ମାନେ ପ୍ରତିନିଧିତ୍ୱ କରିଥିଲେ। ଏହି କର୍ମଶାଳା ରେ ଶ୍ରୀକାନ୍ତ ମଲ୍ଲିକ, ବିଶ୍ୱନାଥ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଦୀନବନ୍ଧୁ କଁହର, ସ୍ୱର୍ଗତଃ ମାନସିଂ ମଲ୍ଲିକ, ଦୁର୍ଯ୍ୟୋଧନ ପ୍ରଧାନ ୬ଜଣ କୁଇ ଭାଷା ଲିପିକାର ଙ୍କର ଲିପି ପ୍ରଦର୍ଶନ କରାଯାଇଥିଲା। ଏହି ଲିପି ଗୁଡ଼ିକ ମୂଲ୍ୟାଙ୍କନ କରିବା ପାଇଁ ୧୨ ଜଣ ବିଚାରକ ମୂଲ୍ୟାଙ୍କନ କରିଥିଲେ । ତିନି ଦିନ ଧରି ଲିପି ପ୍ରଦର୍ଶନ ହୋଇଥିଲା। ତୃତୀୟ ଦିନ କର୍ମଶାଳା ର ଉଦଜାପନ ଦିବସରେ ବିଚାରକ ମଣ୍ଡଳୀ ମୂଲ୍ୟାଙ୍କନ ଫଳାଫଳ କୁ ଡ଼ ଗଙ୍ଗାଧର ହାନ୍ସଦା ଙ୍କର ସଭାପତିତ୍ୱରେ ସଦସ୍ୟ ଇଂ ଅବନୀ କୁମାର କଁହର, ଓ ସଦସ୍ୟ ଆଡଭୋକେଟ ନରୋତ୍ତମ ପ୍ରଧାନ ସର୍ବାଧିକ ମୂଲ୍ୟ ପାଇଥିବା ଲିପିକାର ଦୀନବନ୍ଧୁ କଁହର ଙ୍କର ନାମ ଘୋଷଣା କରିଥିଲେ। ଲିପିକାର ଦୀନବନ୍ଧୁ କଁହର ଙ୍କର ଲିପିକୁ ହିଁ ସାର୍ବଜନୀକ ଲିପି ଭାବରେ ଗ୍ରହଣ କରାଯିବା ନିମନ୍ତେ କର୍ମଶାଳା ରେ ଉପସ୍ଥିତ ସମସ୍ତ ଆଦିବାସୀ କୁଇ ସଂଗଠନ ଗୁଡ଼ିକ ଅନୁମୋଦନ କରିଥିଲେ। ଶେଷରେ ଦୀନବନ୍ଧୁ କଁହର ଙ୍କୁ ସାର୍ବଜନୀନ କୁଇ ଲିପିକାର ଭାବେ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା। କର୍ମଶାଳା ର ଉଦଘାଟନ ଦିବସ ର ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ କର୍ମଶାଳା କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମୟୁରଭଞ୍ଜ ବିଶିଷ୍ଟ ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା,କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଭାକର ପ୍ରଧାନ, ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ମିହିର ଚାନ୍ଦ ମଲ୍ଲିକ,ବରିଷ୍ଠ ଆଦିବାସୀ ନେତା ଲୋମ୍ବଦର କଁହର,ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ତୀର୍ଥ ଜାନୀ,କୋରାପୁଟ ଡ଼ିଏସପି ଗୁଣନିଧି ମଲ୍ଲିକ,ଯୋଗଦେଇ ଥିବା ବେଳେ ଦ୍ୱିତୀୟ ଦିବସ ରେ ୧୨ ଜଣ ବିଭିନ୍ନ ଭାଷାବିଦ ମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ସେମାନେ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସାନ୍ତାଳୀ ମୟୁରଭଞ୍ଜ, ଡ଼ କାହ୍ନୁ ଚରଣ ଶତପଥୀ ଓଡ଼ିଆ ଫୁଲବାଣୀ,ଡ଼ ବାବୁରାଓ ମହାନ୍ତି ତେଲୁଗୁ ରାୟଗଡା, ସୁଦାମ ଚରଣ ବେହେରା ଇଂରାଜୀ ଗୁଦାରୀ,ଜଗବନ୍ଧୁ ଦାସ ସଂସ୍କୃତ ଚକାପାଦ,ଇନ୍ଦ୍ରଜିତ ସିଂ ହିନ୍ଦୀ,କେନ୍ଦ୍ରୀୟ ବିଦ୍ୟାଳୟ ଫୁଲବାଣୀ, ବୁଲୁ ହିକ୍କା କୁଇ କୋରାପୁଟ, ପୁଷାରା କଁହର କୁଇ ଟିକାବାଲି, ଏସିଆ କଁହର କୁଇ ଫିରିଙ୍ଗିଆ, ପ୍ରଦୀପ କଁହର କୁଇ ରାମାଡି,ମୁକୁନ୍ଦ କଁହର କୁଇ କାରେକାମ୍ବା,ମନୋଜ ମଲ୍ଲିକ କୁଇ ବାଲିଗୁଡା, ଏହି ଦିବସ ରେ ଅତିଥି ଭାବେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ କନ୍ଧମାଳ ରୋଦନ ମଲ୍ଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, ଟ୍ରାଇଫେଡ ଉପାଧ୍ୟକ୍ଷ ପବିତ୍ର କଁହର ଯୋଗ ଦାନ କରିଥିଲେ। କୁଇ ଭାଷାର ବିକାଶ ଓ ସୁରକ୍ଷା ପାଇଁ କୁଇ ଲିପିର ଆବଶ୍ୟକତା ଉପରେ ସମସ୍ତ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ।
next post