ରୁପ୍ରା (ମ ନି ପ୍ର) ସ୍ୱାସ୍ଥ୍ୟସେବାକୁ ବ୍ୟାପକ ଏବଂ ସମନ୍ୱିତ ଢଙ୍ଗରେ ଲୋକଙ୍କ ନିକଟତର କରିବାପାଇଁ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ ଶ୍ରୀ ଅରୁଣ କୁମାର ପରିଡା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୁସ୍କୁଟି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ତଥା ସରିଆଁ ହୋମିଓପାଥି ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ସେବାର ମାଧ୍ୟମ ହେବା ଦରକାର ବୋଲି ଶ୍ରୀ ପରିଡା ସରକାର ଓ ଜିଲ୍ଲା ବ୍ଲକ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି.। ଅଦ୍ୟ ତା.14.12.22ରିଖ ଦିନ ଉପରୋକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ଅବ୍ୟବସ୍ଥା ତଥା ଡାକ୍ତର ଓ କର୍ମଚାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଗୃହ ଗୁଡିକ ଦୁରବସ୍ଥା ସମ୍ପର୍କରେ ନର୍ଲା ବ୍ଲକ ବିଡ଼ିଓ ବାସନ୍ତି ସେଠି ଓ ଜିଲ୍ଲା ଆୟୁର୍ବେଦ ସ୍ୱାସ୍ଥ୍ୟ ନିରୀକ୍ଷକ ଡାକ୍ତର ସାମନ୍ତ ରାୟ ଙ୍କ ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ଅଭାବତା କୁ ଆଲୋଚନା ମାଧ୍ୟମରେ ଅବଗତ କରିଥିଲେ. ଜିଲ୍ଲା ସ୍ତରରେ, “କା୍ୟାକଳ୍ପ “ପୁରସ୍କାର ପ୍ରାପ୍ତ ରୋଗୀ କଲ୍ୟାଣ କେନ୍ଦ୍ର ମୁସ୍କୁଟି କୁ ଆଧୁନିକ ସ୍ପର୍ଶରେ ଓ ସମନ୍ୱିତ ଢଙ୍ଗରେ ଚିକିତ୍ସା ପଦ୍ଧତି କୁ ବ୍ୟାପକ କରିବାପାଇଁ ମୁସ୍କୁଟି, ଗିଗିନା, ସରିଆଁ, ରାକ୍ସି ପଞ୍ଚାୟତବାସି ବୃନ୍ଦ ଦାବି ଜଣାଇଛନ୍ତି. । ଉପରୋକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ରୂପାନନ୍ତରିତ ପ୍ରକ୍ରିୟାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର (PHC)ର ମାନ୍ୟତା ପ୍ରଦାନ କରି ସମନ୍ୱିତ ସ୍ୱାସ୍ଥ୍ୟ ଚିକତ୍ସା କୁ ତ୍ୱରାନ୍ୱିତ କରିବାପାଇଁ ଜନସାଧାରଣ ଦୃଢ ଦାବି ଜଣାଉଛନ୍ତି.।