ନୂଆପଡା/ ,ଖଡ଼ିଆଳ ବ୍ଲକ ସେଣ୍ଟ ଜାଭିଅର ପବ୍ଲିକ ଠାରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିଥିବା ବେଳେ ନର୍ସରି ରୁ ପଞ୍ଚମ ଶ୍ରେଣୀ ଯାଏ ର ଛାତ୍ରଛାତ୍ରୀ ଯୋଗଦେଇଥିଲେ । ବିଭିନ୍ନ ପ୍ରକାର ପ୍ରତିଯୋଗିତା କୁ ବିଶ୍ବମ୍ବର ହଂସ, ମୁନି ପରୁଆ ଓ ଯୋଗଧ୍ୟାନ ମାଝୀ ପରିଚାଳନା କରିଥିଲେ । ଦ୍ଵିତୀୟ ଦିନର ଉଦଯାପନି ଉତ୍ସବର ଆୟୋଜିତ ସଭାରେ ଖଡ଼ିଆଲ ନଗରପାଳ ଉଜ୍ଜ୍ବଳ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ସଭାରେ ବିଦ୍ୟାଳୟ ର ଅଧ୍ୟକ୍ଷ ମମତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପାରିଚାଳିତ ହୋଇଥିବା ବେଳେ ଆଭାଶ୍ରୀ ଠାକୁର, ଚୟନିକା ପଟ୍ଟନାୟକ, ନନ୍ଦିତା ବାଗ ମଞ୍ଚ ପରିଚାଳନା କରିଥିଲେ । କୃତି ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ର ଅଧ୍ୟକ୍ଷ ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇ ଥିଲା । ଶେଷରେ ବିଦ୍ୟାଳୟ ହୋଲେଶ୍ୱର ହଂସ, ରଞ୍ଜିତା ପଟ୍ଟନାୟକ ସୁନିତା ବାଗ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ