କାମାକ୍ଷାନଗର (ମ ନି ସ)14/12/ ଦୁଇଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଗୁରୁତର। ଗୁରୁତର ଚାଳକ ଦ୍ବୟ ହେଲେ ଜଣେ ପରଜଙ୍ଗ ଥାନା କଙ୍କିଳି ଗ୍ରାମର ଟିବୁନୁ ସାହୁ। ଅନ୍ୟ ଜଣେ ହେଲେ ବରଗଡ ଜିଲ୍ଲା ଧାମନଗର ଅଞ୍ଚଳର ଏସ୍ କେ ଛୋଟୁ। ୫୩ ନଂ ଜାତିୟରାଜପଥ ବଡଝରା ଗ୍ରାମ ଛକ ନିକଟରେ ଘଟିଛି ଦୁର୍ଘଟଣା। ସୁଚନା ମୁତାବକ ଆଜି ରାତି ସମୟରେ ତାଳଚେରରୁ କୋଇଲା ବୋଝେଇ କରି ଯାଜପୁର ଆଡକୁ ଯାଉଥିବାବେଳେ ବିପରୀତ ଦିଗରୁ ଆଉ ଏକ ଟ୍ରକ ଆସି ବଡଝରା ନୁଆସାହି ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଯାଇଛି। ଗାଡି ଦୁଇଟିର ଗତି ଅତି କ୍ଷିପ୍ର ଥିବାରୁ ଗାଡି ଦୁଇଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଭର୍ତି କରିଥିଲେ। ମାତ୍ର ଉଭୟଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ